ଉତ୍ତରାଖଣ୍ଡର ହରିଦ୍ୱାର ଜିଲ୍ଲାରେ ଜଣେ କୃଷକ ବିଜେପିକୁ ଭୋଟ୍ ନ ଦେବା ପାଇଁ ଲେଖି ଆତ୍ମହତ୍ୟା କରିବା ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ମତଦାନ ଆରମ୍ଭ ହେବାକୁ ଆଉ ମାତ୍ର କେଇ ଘଣ୍ଟା ଥିବା ବେଳେ କୃଷକଙ୍କ ଏଭଳି କାମ ସମସ୍ତଙ୍କୁ ଆଶ୍ଚର୍ୟ୍ୟ କରିଛି । ବୃଦ୍ଧଙ୍କୁ ୬୫ବର୍ଷ ହୋଇଥିବା ବେଳେ ତାଙ୍କ ନାଁ ଇଶ୍ୱର ଚନ୍ଦ୍ର ଶର୍ମା ବୋଲି ଜଣା ପଡ଼ିଛି । ଘଟଣାଟି ସୋମବାର ଘଟିଥିବା ବେଳେ କରିଥିବା ଋଣ ଭାର ସହି ନ ପାରି ଇଶ୍ୱର ଏଭଳି ପଦକ୍ଷେପ ନେଇଥିବା ସେ ଲେଖିଥିବା ସୁଇସାଇଡ୍ ନୋଟରୁ ସ୍ପଷ୍ଟ ହୋଇଛି ।
ସୁଇସାଇଡ୍ ନୋଟରେ ବିଜେପି ସରକାରଙ୍କୁ ନିଜ ଆତ୍ମହତ୍ୟା ପାଇଁ ଦାୟୀ କରିବା ସହ, “୫ବର୍ଷ ମଧ୍ୟରେ ବିପେପି ସରକାର କୃଷକମାନଙ୍କ ଜୀବନକୁ ନଷ୍ଟ କରି ଦେଇଛନ୍ତି । ଆଗାମୀ ଲୋକସଭା ନିର୍ବାଚନରେ ବିଜେପିକୁ ଭୋଟ୍ ଦେବ ନାହିଁ । ନଚେତ୍ କିଛି ବର୍ଷ ମଧ୍ୟରେ ସେମାନେ ସମସ୍ତଙ୍କୁ ଚା’ ବିକିବାକୁ ବାଧ୍ୟ କରି ଦେବେ” ବୋଲି ଇଶ୍ୱର ନିଜ ସୁଇସାଇଡ୍ ନୋଟରେ ଲେଖିଥିବା ଜଣା ପଡ଼ିଛି । ଅନ୍ୟ ପକ୍ଷରେ, ସୁଇସାଇଡ୍ ନୋଟର ସତ୍ୟତା ନେଇ ଅନେକ ପ୍ରଶ୍ନ ଉଠିଥିବା ବେଳେ ଏ ନେଇ ତଦନ୍ତ ଆରମ୍ଭ କରିଛି ପୁଲିସ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2019/04/kisan-aatmhatya-up.jpg)
/kanak/media/post_attachments/wp-content/uploads/2019/04/farmers-suicide-lead_730x419-300x197.jpg)