କନକ ବ୍ୟୁରୋ : କଟକ ଜିଲ୍ଲା ଗୁରୁଡ଼ିଝାଟିଆ ସୋସାଇଟିର ଚାଷୀଙ୍କ ଆକାଉଂଟରୁ ଲୋନ୍ ଟଙ୍କା ଘୋଟାଲା ଘଟଣା । ଏହାକୁ ନେଇ ୪୦ରୁ ଅଧିକ ଚାଷୀ ମନ୍ତ୍ରୀ ରାଜା ସ୍ୱାଇଁଙ୍କ ଭୁବନେଶ୍ୱର ବାସଭବନ ଆଗରେ ପ୍ରତିବାଦ କରିଛନ୍ତି ଚାଷୀ । କଟକ ସେଂଟ୍ରାଲ କୋପରେଟିକ୍ ବ୍ୟାଙ୍କ ଆଠଗଡ଼ ବ୍ରାଂଚରୁ ଚାଷୀଙ୍କ ନାଁରେ ରୁଣ ହୋଇଥିବା ବେଳେ ଏନେଇ ଚାଷୀ ମାନେ କିଛି ଜାଣିନଥିବା କହିଛନ୍ତି । ଚାଷୀଙ୍କ ୠଣ ପଇସା ଗୁରୁଡ଼ିଝାଟିଆ ସୋସାଇଟିର ପିଅନ ପ୍ରଭୋଜ ରଂଜନ ପରିଡ଼ାଙ୍କ ଆକାଉଂଟକୁ ଲକ୍ଷାଧିକ ଟଙ୍କା ଯାଇଥିବା ଚାଷୀ ମାନେ ଅଭିଯୋଗ କରିଛନ୍ତି ।

Advertisment

ଏହି ଘଟଣା ନେଇ ଗୁରୁଡ଼ି ଝାଟିଆ ସୋସାଇଟି ପିଅନ ଆଉ ସେକେଟାରୀ ମଧ୍ୟ ନିଲମ୍ବିତ ହୋଇଛନ୍ତି । ଚାଷୀ ମାନେ ତାଙ୍କର ପଇସା ପାଇବା ପାଇଁ ବିଭିନ୍ନ ଫୋରମ୍ କୁ ଦୌଡ଼ୁଥିବା ବେଳେ ଆଗରୁ ମନ୍ତ୍ରୀଙ୍କୁ ମଧ୍ୟ ଭେଟିଥିଲେ । ଏନେଇ ମନ୍ତ୍ରୀ କିଛି ପଦକ୍ଷେପ ନନେବାରୁ ଆଜି ଚାଷୀ ମନେ ପ୍ରତିବାଦ କରିଛନ୍ତି । ମନ୍ତ୍ରୀଙ୍କ ବାସଭବନ ଗେଟ ଖୋଲି ଧସେଇ ପସିବାକୁ ଚେଷ୍ଟା କରୁଥିବା ବେଳେ ପୋଲିସ ଘଟଣା ସ୍ଥଳରେ ପହଂଚିଛି ।

ଅନେକ ଚାଷୀଙ୍କର ଚାଷ ଜମି ନଥାଇ ମଧ୍ୟ ସେମାନଙ୍କ ନାଁରେ ଲକ୍ଷାଧିକ ଟଙ୍କାର ଋଣ ହୋଇଛି । ଜଣେ ୭୦ବର୍ଷି ବୃଦ୍ଧାଙ୍କର ଜମି ବାଡ଼ି ନାହିଁ ତାଙ୍କ ନାଁରେ ୩ଲକ୍ଷ ଟଙ୍କାର ଋଣ ହୋଇଛି । ଯାହାକୁ ନେଇ ଚାଷୀ ମାନେ ଚିନ୍ତାରେ ପଡ଼ିଛନ୍ତି । ଦାବି ପୁରଣ ନହେଲେ ଆନ୍ଦୋଳନରୁ ଓହରିବେ ନାହିଁ ବୋଲି ଚାଷୀ କହିଛନ୍ତି ।