ଚାଷୀ ବାପାଙ୍କ ବୈଜ୍ଞାନିକ ପୁଅ । ୟୁପିଏସସି କମ୍ବାଇନ ସାଇଂଟିଷ୍ଟ ପ୍ରିୟବ୍ରତ ରାଉଳ

175

କନକ ବ୍ୟୁରୋ : ବାଲେଶ୍ୱର ବାଲିଆପାଳ ବ୍ଲକ ଦେଉଳା ଗାଁର ଜୟନ୍ତ ରାଉଳ । ଚାଷୀ ବାପାଙ୍କ ୪ଟି ଝିଅ, ଗୋଟିଏ ପୁଅ ଓ ସ୍ତ୍ରୀଙ୍କୁ ନେଇ ସଂସାର । ଅଳ୍ପ ଜମିରେ ଚାଷ କରି ଝିଅମାନଙ୍କ ବିବାହ କରାଇବା ସହ ପୁଅ ପ୍ରିୟବ୍ରତଙ୍କ ଲକ୍ଷ୍ୟ ପୁରଣ କରିବାରେ ସବୁ ପୁଂଜିକୁ ଲଗେଇ ଦେଇଛନ୍ତି । ପୁଅ ବି ଜଣେ ମେଧାବୀ ଛାତ୍ର ହିସାବରେ ସ୍କୁଲ ଓ କଲେଜ ପାଠ ପଢିବା ସହ ବାପାଙ୍କ ପରିଶ୍ରମର ମୁଲ ଦେବାରେ ସଫଳ ହୋଇଛନ୍ତି ।

ବାରିପଦା ଏମ୍ପିସି ସ୍ୱୟଂ ଶାସିତ ମହାବିଦ୍ୟାଳୟରୁ ସ୍ନାତକ ସାରିବା ପରେ ନିଜେ ଟ୍ୟୁସନ କରି ମଧ୍ୟପ୍ରଦେଶ ସ୍ଥିତ ସାଗର ବିଶ୍ୱ ବିଦ୍ୟାଳୟରେ ଆପ୍ଲାଏଡ ଜିଓଲଜିରେ ଏମ୍ଟେକ୍ କରିଥିଲେ ପ୍ରିୟବ୍ରତ । ଏବେ ଆଇଆଇଟି ଧାନବାଦରେ ଜିଓ କେମେଷ୍ଟ୍ରିରେ ପିଏଚଡି କରୁଛନ୍ତି । ୟୁପିଏସ୍ସି କମ୍ବାଇନ୍ ଜିଓ ସାଇଂଟିଷ୍ଟ ୨୦୨୩ ପରୀକ୍ଷାରେ ସର୍ବଭାରତୀୟ ସ୍ତରରେ ୧୦ ନମ୍ବର ର୍ୟାଙ୍କ ରଖି ବୈ÷ଜ୍ଞାନିକ ହେବାର ସ୍ୱପ୍ନକୁ ସାକାର କରିଛନ୍ତି । ପ୍ରୀୟବ୍ରତଙ୍କ ସଫଳତାରେ ପରିବାର ଲୋକ ଖୁସି ଅନୁଭବ କରୁଥିବା ବେଳେ ବାଲିଆପାଳ ପାଇଁ ଗୌରବ ବୋଲି କହିଛନ୍ତି ଦେଉଳା ସରପଂଚ ।

ଘରର ଅର୍ଥକ ସ୍ଥିତି ସ୍ୱଚ୍ଛଳ ନଥିବା ବେଳେ ଦୃଢ ଇଚ୍ଛାଶକ୍ତି ଏବଂ କଠିନ ପରିଶ୍ରମ ଯୋଗୁଁ ପ୍ରୀୟବ୍ରତଙ୍କ ଭଳି ପ୍ରତିଭା ନିଜ ସ୍ୱପ୍ନକୁ ସାକାର କରିପାରିବେ । ଶିକ୍ଷିତ ଯୁବପିଢିଙ୍କ ପାଇଁ ଏକ ସଦ୍ୟ ଉଦାହରଣ ହେଉଛନ୍ତି ଯୁବ ବୈ÷ଜ୍ଞାନିକ ପ୍ରୀୟବ୍ରତ ।