ଭାରତରେ କୃଷକଙ୍କ ଅବସ୍ଥା ଖୁବ୍ ଶୋଚନୀୟ ରହିଛି । ଖାଦ୍ୟ ଯୋଗାଉଥିବା ଲୋକ ହିଁ ଆଜି ଟଙ୍କାଟିଏ ପାଇଁ ହନ୍ତସନ୍ତ ହୋଇ ଜୀବନ ହାରୁଛି । ଏଭଳି ଆଉ ଏକ ସମ୍ବେଦନ ଘଟଣା ଏବେ ସାମ୍ନାକୁ ଆସିଛି । ମହାରାଷ୍ଟ୍ରର ଜଣେ ପିଆଜ ଚାଷୀ ପିଆଜ ପ୍ରତିକିଲୋ ୧ ଟଙ୍କାରୁ ସ୍ୱଳ୍ପ ଅଧିକ ଦାମରେ ପିଆଜ ବିକ୍ରି କରିବାକୁ ବାଧ୍ୟ ହୋଇଛନ୍ତି ଏବଂ ଆଶ୍ଚର୍ଯ୍ୟର କଥା ୭୫୦ କିଲୋ ପିଆଜ ବିକ୍ରି କରି ସେଥିରୁ ମିଳିଥିବା ୧୦୬୪ ଟଙ୍କା ଚାଷୀ ପ୍ରଧାନମନ୍ତ୍ରୀଙ୍କ ପାଖକୁ ପଠାଇଥିଲେ ।

Advertisment

publive-image

ନାସିକ ଜିଲ୍ଲାର ନିଫଡ ତହସିଲ୍ ନିବାସୀ ସଂଜୟ ସାଠେ ସେହି ଚାଷୀମାନଙ୍କ ମଧ୍ୟରେ ଜଣେ ଅଟନ୍ତି ଯାହାଙ୍କୁ ୨୦୧୦ ମସିହା ଆମେରିକା ରାଷ୍ଟ୍ରପତି ବାରାକ୍ ଓବାମା ଭାରତ ଗସ୍ତ ସମୟରେ ପ୍ରଗତିଶୀଳ ଚାଷୀଙ୍କ ମଧ୍ୟରେ ସଂଜୟଙ୍କ ନାମ ମନ୍ତ୍ରାଳୟ ଦ୍ୱାରା ଚୟନ କରାଗଲା ।

publive-image

ନିଜ ଦୁଃଖ ଗଣମାଧ୍ୟମରେ ପ୍ରକାଣ କରି ସଂଜୟ ସାଠେ କହିଥିଲେ,ଚଳିତ ଋତୁରେ ସେ ୭୫୦ କିଲୋ ପିଆଜ ଚାଷ କରି ଉତ୍ପାଦନ କରିଥିଲେ । କିନ୍ତୁ ଗତସପ୍ତାହରେ ବଜାରରେ ପିଆଜକୁ ମତେ ୧ ଟଙ୍କା କିଲୋପ୍ରତି ବିକ୍ରି କରିବାକୁ ପଡିଲା । କିନ୍ତୁ ସେ ୧.୪୦ ଟଙ୍କାରେ ବିକ୍ରି କରିଥିଲେ । ଯାହାଦ୍ୱାରା ୭୫୦ କିଲୋ ପିଆଜ ବିକ୍ରି କରିବା ପରେ ୧୦୬୪ ଟଙ୍କା ମିଳିଥିଲା । ମାସ ଶେଷରେ ଏଭଳି ରୁପେ ଫଳର ଲାଭ ପାଇବା ଜଣେ ଚାଷୀକୁ ଆତ୍ମହତ୍ୟା କରିବା ପାଇଁ ବାଧ୍ୟ କରିବ । ଏଥିପାଇଁ ମୁଁ ଏହାର ବିରୋଧ କରି ପ୍ରଧାନମନ୍ତ୍ରୀଙ୍କ ଆପତ୍ତି କୋଷକୁ ଟଙ୍କା ଦାନ କଲି ।