କୃଷି କାନନୁ ବିରୋଧରେ ଅଟଳ ଚାଷୀ । ଅମିତ୍ ଶାହାଙ୍କ ପ୍ରସ୍ତାବକୁ କଲେ ଖାରଜ । କହିଲେ କୌଣସି ପ୍ରସ୍ତାବ ଗ୍ରହଣୀୟ ନୁହେଁ

329

କନକ ବ୍ୟୁରୋ : କୃଷି ଆଇନକୁ ବିରୋଧ କରି ରାସ୍ତାକୁ ଉହ୍ଲାଇଥିବା କୃଷକ ସଂଗଠନ ଗୃହମନ୍ତ୍ରୀ ଅମିତ୍ ଶାହାଙ୍କ ପ୍ରସ୍ତାବକୁ ଖାରଜ କରିଛନ୍ତି । କୃଷକ ସଂଗଠନର ନେତା ମାନେ କହିଛନ୍ତି କି, ଶାହା କଥାବାର୍ତ୍ତା ବେଳେ ସର୍ତ୍ତ ରଖିଥିଲେ ଯାହାକି କେବେ ଗ୍ରହଣୀୟ ନୁହେଁ । କହିରଖୁ କି ଚାଷୀ ଆନ୍ଦୋଳନ ଚାଲିଥିବା ବେଳେ ଗୃହମନ୍ତ୍ରୀ ଅମିତ ଶାହା ଏକ ଭିଡିଓ ବାତ୍ତ। ମାଧ୍ୟମରେ ଏବାବଦରେ ଆଲୋଚନା କରିବାକୁ ଡିସେମ୍ବର ୩ ତାରିଖକୁ ପ୍ରସ୍ତାବ ଦେଇଥିଲେ । ଏହି ଭିଡିଓ ମାଧ୍ୟମରେ ଶାହା କହିଥିଲେ କି ଯଦି ଡିସେମ୍ବର ୩ ପୂର୍ବରୁ ଚାଷୀମାନେ ଆଲୋଚନା କରିବାକୁ ଚାହାନ୍ତି ତାହେଲେ ସେମାନେ ଦିଲ୍ଲୀ ଓ ହରିଆଣା ସୀମା ଛାଡି ବୁରାଡିର ନିରଂକାରୀ ଗ୍ରାଉଣ୍ଡକୁ ଆସନ୍ତୁ । ଏହାକୁ ଗ୍ରହଣ କରିନାହାନ୍ତି କୃଷକ ସଂଗଠନ ମାନେ । ଏହା ପୂର୍ବରୁ ବି କୃଷିମନ୍ତ୍ରୀ ନରେନ୍ଦ୍ରସିଂ ତୋମାର ବି ଚାଷୀ ମାନଙ୍କୁ ଆଲୋଚନା ପାଇଁ ଆହ୍ୱାନ ଦେଇଥିଲେ ।

ଅମିତ୍ ଶାହାଙ୍କ ଆହ୍ୱାନ ପରେ କୃଷକ ସଂଗଠନ ମାନେ ଏକ ମହତ୍ୱପୂର୍ଣ୍ଣ ବୈଠକ କରିଥିଲେ । ଏହି ବୈଠକରେ ଆଗାମୀ ଋଣନୀତି ନେଇ ବିଚାର କରାଯାଇଛି । କୃଷକ ମାନେ କହିଛନ୍ତି କି କଥାବାର୍ତ୍ତା ପାଇଁ ବୁରାଡି ଗ୍ରାଉଣ୍ଡ ଯିବାର କିଛି ଆବଶ୍ୟକତା ନାହିଁ । ପଞ୍ଜାବ କୃଷକ ସଂଗଠନର ମୁଖ୍ୟ ଶଲ୍ଦୁ ସିଂ କହିଛନ୍ତି କି ଧାରଣା ପାଇଁ ରାମଲୀଳା ମୈଦାନକୁ ବଛା ଯାଇଛି ତେଣୁ ବୁରାଡି ଗ୍ରାଉଣ୍ଡ ଯିବାର କିଛି ଆବଶ୍ୟକ ନାହିଁ । ସେ କହିଛନ୍ତି କି ୩ ଟି କୃଷକ ବିରୋଧୀ ବିଲ୍ ସହ କୃଷି ବିଜୁଳି ବିଲ୍ କୁ ନେଇ ନିଆଯାଇଥିବା ନିସ୍ପତ୍ତି ସରକାର ପ୍ରତ୍ୟାହାର କରନ୍ତୁ । ଯଦି ସରକାର ନୂତନ କୃଷିବିଲର ପ୍ରତ୍ୟାହାର କରିବାକୁ ଚାହୁଁ ନାହାନ୍ତି ତେବେ ଏମଏସପି ଗ୍ୟାରେଣ୍ଟିକୁ ନେଇ ନୂତନ ଆଇନ୍ ଆଣନ୍ତୁ ।
ଭାରତୀୟ କିଶାନ ୟୁନିୟନର ପ୍ରବକ୍ତା ରାକେଶ ଟିକୌତ କହିଛନ୍ତି କି ଆମେ ବିରୋଧ ପ୍ରଦର୍ଶନ କରିବାକୁ ସରକାରଙ୍କ ଦ୍ୱାରା ସ୍ଥିର କରାଯାଇଥିବା ନରଂକାରୀ ଗ୍ରାଉଣ୍ଡକୁ ଯିବୁ ନାହିଁ । ଆମେ ରାମଲୀଳା ମୈଦାନରେ ବିରୋଧ ପ୍ରଦର୍ଶନ କରିବାକୁ ସ୍ଥିର କରିସାରିଛୁ । କୃଷକ ମାନେ ୩ ମାସ ହେବ ନୂତନ କୃଷି ଆଇନକୁ ବିରୋଧ କରି ଧାରଣା ଓ ଅନସନ ଜାରି ରଖିଛନ୍ତି ହେଲେ ସରକାର ଏପର୍ଯ୍ୟନ୍ତ କୃଷକଙ୍କ ଦାବିକୁ ଗୁରୁତ୍ୱ ନଦେବା ସରକାରଙ୍କର କୃଷକଙ୍କ ପ୍ରତି ଥିବା ଆନ୍ତରିକତା ପଦାରେ ପକାଇଛି ।