ଆହୁରି ୯ ମାସ ଆନ୍ଦୋଳନ ପାଇଁ ପ୍ରସ୍ତୁତ ଅଛନ୍ତି ଚାଷୀ । ସୂଚନା ଦେଲେ ଚାଷୀ ନେତା ରାକେଶ ଟିକାୟତ

78

କନକ ବ୍ୟୁରୋ: ଆହୁରି ୯ ମାସ ଆନ୍ଦୋଳନ ପାଇଁ ପ୍ରସ୍ତୁତ ଅଛନ୍ତି ଆନ୍ଦୋଳନକାରୀ ଚାଷୀ । ୬୯ଦିନ ଧରି ଦିଲ୍ଲୀରେ ଆନ୍ଦୋଳନ କରୁଥିବା ଚାଷୀ ଏଥିପାଇଁ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ହୋଇଛନ୍ତି । ଏନେଇ ସୂଚନା ଦେଇଛନ୍ତି ଚାଷୀ ନେତା ରାକେଶ ଟିକାୟତ । ଆସନ୍ତା ଅକ୍ଟୋବର ଯାଏଁ ଆନ୍ଦୋଳନ ଚାଲିବ ଏବଂ ଏଥିପାଇଁ ଆନ୍ଦୋଳନକାରୀ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ଥିବା କହିଛନ୍ତି । ଏପରିକି ଆଇନ ପ୍ରତ୍ୟାହାର ନହେବା ଯାଏଁ ଆନ୍ଦୋଳନ ଚାଲିବ ବୋଲି ଚେତାଇ ଦେଇଛନ୍ତି ଚାଷୀ ନେତା । ଗତ ୬୯ ଦିନ ହେଲା ନୂଆ କୃଷି ଆଇନ ବିରୋଧରେ ବିଭିନ୍ନ ରାଜ୍ୟରୁ ଆସିଥିବା ଚାଷୀ ମାନେ ଆନ୍ଦୋଳନ କରୁଛନ୍ତି ।