ବାଙ୍କିରେ ରାସ୍ତାରେ ଧାନବସ୍ତା ରଖି ଚାଷୀଙ୍କ ଧାରଣା : ଧାନ ମଣ୍ଡି ବନ୍ଦ ହେବା ସହ ବ୍ୟାପକ ଅନିୟମିତିତା ହୋଇଥିବା ଅଭିଯୋଗ କଲେ ଚାଷୀ

ଖୋର୍ଦ୍ଧା କଳାପଥର ରାସ୍ତାରେ ଗମନାଗମନ ଠପ୍ ; ୭ଦିନ ଭିତରେ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରତିଶ୍ରୁତି ଦେଲେ ତହସିଲଦାର

82

କନକ ବ୍ୟୁରୋ : ବାଙ୍କିରେ ରାସ୍ତା ଉପରେ ଧାନବସ୍ତା ରଖି ଚାଷୀଙ୍କ ଧାରଣା । ସେବା ସମବାୟ ସମିତିରେ ଧାନ ମଣ୍ଡି ବନ୍ଦ ହେବା ସହ ସମିତିର ସମ୍ପଦକ ବ୍ୟାପକ ଅନିୟମିତିତା କରିଥିବା ଅଭିଯୋଗ ହୋଇଛି । ପୂର୍ବରୁ କେନ୍ଦ୍ର ସମବାୟ ବ୍ୟାଙ୍କ ଅଧିନସ୍ଥ କଳାପଥର ଶାଖା ନିକଟସ୍ଥ କଢାମାଲ ପୂର୍ବଗାଡ଼ିଆ ସେବା ସମବାୟ ସମିତିରେ ଧାନ ମଣ୍ଡି ବନ୍ଦ ହୋଇଥିବା ନେଇ ଅଭିଯୋଗ ହୋଇଥିଲା । ଏହି ପଂଚାୟତର ପୁଇଁ ସମବାୟ ସମିତିରେ ମଧ୍ୟ ଅନିୟମିତତା ହୋଇଥିବା ନେଇ ଅଭିଯୋଗ ହୋଇଥିଲେ ।

ହେଲେ ପ୍ରଶାସନ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ହୋଇନଥିଲା । ଫଳରେ ବାଧ୍ୟ ହୋଇ କଢାମାଲଠାରେ ଚାଷୀ ମାନେ ରାସ୍ତା ଉପରେ ଧାନ ବସ୍ତା ରଖି ପ୍ରତିବାଦ କରିଛନ୍ତି । ଫଳରେ ଖୋର୍ଦ୍ଧା କଳାପଥର ରାସ୍ତାରେ ଗମନାଗମନ ଠପ୍ ହୋଇଯାଇଛି । ନବ ନିଯୁକ୍ତ ସମ୍ପଦକଙ୍କୁ ବଦଳି ପାଇଁ ମଧ୍ୟ ଦାବି ହୋଇଛି । ଧାରଣା ସ୍ଥଳରେ ବାଙ୍କି ତହସିଲଦାର ତଥା ମାଜିଷ୍ଟ୍ରେଟ୍ ସତ୍ୟରଂଜନ ପଣ୍ଡା ପହଂଚି ସପ୍ତାହକ ମଧ୍ୟରେ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରତିଶ୍ରୁତି ଦେଇଛନ୍ତି ।