କନକ ବ୍ୟୁରୋ : ବାଙ୍କିରେ ରାସ୍ତା ଉପରେ ଧାନବସ୍ତା ରଖି ଚାଷୀଙ୍କ ଧାରଣା । ସେବା ସମବାୟ ସମିତିରେ ଧାନ ମଣ୍ଡି ବନ୍ଦ ହେବା ସହ ସମିତିର ସମ୍ପଦକ ବ୍ୟାପକ ଅନିୟମିତିତା କରିଥିବା ଅଭିଯୋଗ ହୋଇଛି । ପୂର୍ବରୁ କେନ୍ଦ୍ର ସମବାୟ ବ୍ୟାଙ୍କ ଅଧିନସ୍ଥ କଳାପଥର ଶାଖା ନିକଟସ୍ଥ କଢାମାଲ ପୂର୍ବଗାଡ଼ିଆ ସେବା ସମବାୟ ସମିତିରେ ଧାନ ମଣ୍ଡି ବନ୍ଦ ହୋଇଥିବା ନେଇ ଅଭିଯୋଗ ହୋଇଥିଲା । ଏହି ପଂଚାୟତର ପୁଇଁ ସମବାୟ ସମିତିରେ ମଧ୍ୟ ଅନିୟମିତତା ହୋଇଥିବା ନେଇ ଅଭିଯୋଗ ହୋଇଥିଲେ ।
ହେଲେ ପ୍ରଶାସନ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ହୋଇନଥିଲା । ଫଳରେ ବାଧ୍ୟ ହୋଇ କଢାମାଲଠାରେ ଚାଷୀ ମାନେ ରାସ୍ତା ଉପରେ ଧାନ ବସ୍ତା ରଖି ପ୍ରତିବାଦ କରିଛନ୍ତି । ଫଳରେ ଖୋର୍ଦ୍ଧା କଳାପଥର ରାସ୍ତାରେ ଗମନାଗମନ ଠପ୍ ହୋଇଯାଇଛି । ନବ ନିଯୁକ୍ତ ସମ୍ପଦକଙ୍କୁ ବଦଳି ପାଇଁ ମଧ୍ୟ ଦାବି ହୋଇଛି । ଧାରଣା ସ୍ଥଳରେ ବାଙ୍କି ତହସିଲଦାର ତଥା ମାଜିଷ୍ଟ୍ରେଟ୍ ସତ୍ୟରଂଜନ ପଣ୍ଡା ପହଂଚି ସପ୍ତାହକ ମଧ୍ୟରେ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରତିଶ୍ରୁତି ଦେଇଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/03/27-22.jpg)