ଟୋକନ୍ ଅବଧି ବଢ଼ାଇବା ଦାବିରେ ଚାଷୀଙ୍କ ହଙ୍ଗାମା । ସମ୍ବଲପୁରରେ ସରକାରୀ ଅଫିସରେ ତାଲା ପକାଇଲେ ଚାଷୀ । ଆଲୋଚନା ପରେ ହଟିଲା ଆନ୍ଦୋଳନ ।

155

କନକ ବ୍ୟୁରୋ: ସମ୍ବଲପୁରରେ ପୁଣି ତାତିଲେ ଚାଷୀ । ରବି ଧାନ କିଣାରେ ଟୋକନ ଅବଧି ବଢାଇବାକୁ ଦାବି କରି ସରକାରୀ ଅଫିସ ଘେରାଉ କଲେ ଚାଷୀ ଓ ଚାଷୀ ନେତା । ଆଜି ପ୍ରଥମେ ଡିଆର ବା ସମବାୟ ଉପନିବଦ୍ଧକଙ୍କ କାର୍ଯ୍ୟାଳୟ, ପରେ ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀଙ୍କ କାର୍ଯ୍ୟାଳୟରେ ତାଲା ପକାଇ ଦେଇଛନ୍ତି ଉତ୍ୟେକ୍ତ ଚାଷୀ ।

ଉଭୟ କାର୍ଯ୍ୟାଳୟରୁ ଚାଷୀଙ୍କୁ କୌଣସି ସନ୍ତୋଷ ଜନକ ଉତ୍ତର ନମିଳିବାରୁ ଜିଲ୍ଲାପାଳଙ୍କ ଅଫିସ ଆଗରେ ଧାରଣାରେ ବସିଛନ୍ତି ସମ୍ବଲପୁରର ଚାଷୀ । ଧାରଣା ଦେବା ସହ ଜିଲ୍ଲାପାଳଙ୍କୁ ଭେଟିବା ପାଇଁ ତାଙ୍କ କାର୍ଯ୍ୟାଳୟକୁ ପଶିବା ପାଇଁ ଉଦ୍ୟମ କରିଥିଲେ ଚାଷୀ । ହେଲେ ସେହି ସମୟରେ ପୁଲିସ, ଚାଷୀଙ୍କୁ ଅଟକାଇବାରୁ ଉତ୍ତେଜନା ପ୍ରକାଶ ପାଇଥିଲା । ପରେ ଏଡିଏମ ଘଟଣାସ୍ଥଳରେ ପହଂଚି ଚାଷୀଙ୍କ ଆଲୋଚନା କରିଛନ୍ତି । ଧାନ କିଣା ଟୋକନ ଅବଧି ବୃଦ୍ଧି ବାବଦରେ ଆଲୋଚନା ପରେ ଚାଷୀ ଧାରଣାରୁ ଉଠିଛନ୍ତି ।