କୁଚିଣ୍ଡାରେ ଚାରି ଦିନ ହେବ ଚାଷୀଙ୍କ ତାଲାବନ୍ଦ ଆନ୍ଦୋଳନ : ଧାନ ବିକ୍ରିକୁ ନେଇ ଅସନ୍ତୋଷ ପ୍ରକାଶ କରି ସମସ୍ତ ସରକାରୀ କାର୍ଯ୍ୟାଳୟରେ ପକାଇଛନ୍ତି ତାଲା

ଚାଷୀ ଓ ଉପଜିଲ୍ଲାପାଳଙ୍କ ମଧ୍ୟରେ ଆଲୋଚନା ବିଫଳ

61

କନକ ବ୍ୟୁରୋ : କୁଚିଣ୍ଡାରେ ଚାଷୀଙ୍କ ତାଲାବନ୍ଦ ଆନ୍ଦୋଳନ ଚତୃର୍ଥ ଦିନରେ ପହଚିଂଛି । ମଣ୍ଡିରୁ ଧାନ ନଉଠିବା, ମିଲର ଟାର୍ଗେଟ ସରିଯିବା ଓ ଟୋକନ କଟିଯିବା ସମସ୍ୟା ଯୋଗୁ ଚାଷୀ ଧାନ ବିକିପାରୁନାହାନ୍ତି । ଫଳରେ କୁଚିଣ୍ଡା ବ୍ଲକର ଶତାଧିକ ଚାଷୀ ଏକାଠି ହୋଇ ଉଜିଲ୍ଲାପାଳଙ୍କ ଅଫିସ ଆଗରେ ଧାରଣ ଦେଇଛନ୍ତି । ସମସ୍ତ ସରକାରୀ କାର୍ଯ୍ୟାଳୟରେ ତାଲା ପକାଇଦେଇଛନ୍ତି ଚାଷୀ ।

ଉପଜିଲ୍ଳାପାଳଙ୍କ କାର୍ଯ୍ୟାଳୟ, ତହସିଲ କାର୍ଯ୍ୟାଳୟ, ବ୍ଲକ କାର୍ଯ୍ୟାଳୟ, ଆଇଟିଡିଏ ଅଫିସ , ସମବାୟ ସମୂହ ଅଫିସ, କୃଷି କାର୍ଯ୍ୟାଳୟ, ଉଦ୍ୟାନ ବିଭାଗ ବିଭିନ୍ନ ଅଫିସ କାର୍ଯ୍ୟାଳୟରେ ତାଲା ପକାଇଦେଇଛନ୍ତି । ଯେଯାଏଁ ଧାନ କିଣାରେ ସୁଧାର ନଆସିଛି, ସେତେଦିନ ପର୍ଯ୍ୟନ୍ତ ସମସ୍ତ କାର୍ଯ୍ୟାଳୟ ବନ୍ଦ କରି ରଖିବେ ବୋଲ ଚେତାବନୀ ଦେଇଛନ୍ତି ଚାଷୀ । ଅନ୍ୟପଟେ ସମସ୍ୟା ସମାଧାନ ନହେଲେ ଆଗାମୀ ଦିନରେ ଅଫିସରଙ୍କ କ୍ୱାର୍ଟର ଗୁଡିକରେ ବି ତାଲାପକାଇବାକୁ ଚେତାବନୀ ଦେଇଛନ୍ତି ଉତ୍ୟକ୍ତ ଚାଷୀ । ଆଜି ଚତୃର୍ଥ ଦିନରେ ବି ଚାଷୀ ଓ ଉପଜିଲ୍ଲାପାଳଙ୍କ ସହ ଆଲୋଚନା ବିଫଳ ହୋଇଛି ।