କନକ ବ୍ୟୁରୋ : କଟନୀ ଛଟନୀକୁ ବିରୋଧ । ରାତି ସାରା ମଣ୍ଡି ଆଗରେ ଧାରଣାରେ ବସିଲେ ଖୋର୍ଦ୍ଧା ଜଟଣୀ ବ୍ଲକ କନ୍ତିଆ ପଂଚାୟତର ୩୦ରୁ ଅଧିକ ଚାଷୀ । ୫ ଶହ କୁଇଂଟାଲରୁ ଅଧିକ ଧାନ ଆଣି ମଣ୍ଡିରେ ରଖି ପ୍ରତିବାଦ କରିଥିଲେ । ମିଲର ଧାନ ବସ୍ତା ପ୍ରତି ୬ କେଜି କଟନୀ କରିବାକୁ କହୁଥିବା ବେଳେ ଏଥିରେ ଚାଷୀ ରାଜି ହେଉନାହାନ୍ତି । ଏହାକୁ ନେଇ ମିଲର ଓ ଚାଷୀଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା ।

ପରେ ସ୍ଥାନୀ ୟସରପଞ୍ଚ ପହଞ୍ଚି ଏତେ ପରିମାଣର ଧାନ କାଟ ନାହିଁ, ବରଂ ଅଳ୍ପ କିଛି କାଟିବା ସହ ଧାନ ଉଠାଇବାକୁ ମିଲରଙ୍କୁ କହିଥିଲେ । ହେଲେ ମିଲର ନିଜ ଜିଦ୍ରେ ଅଟଳ ରହିଥିଲେ । କିଛି ନଶୁଣି ମଣ୍ଡି ଛାଡି ପଳାଇଥିଲେ । ଏହାକୁ ନେଇ ଚାଷୀମାନେ ପ୍ରବଳ ଶୀତରେ ରାତି ସାରା ଧାରଣାରେ ବସିଥିଲେ । ଖବର ପାଇ ନବ ନିର୍ମାଣ କୃଷକ ସଂଗଠନର ସଦସ୍ୟ ପହଞ୍ଚି ଚାଷୀଘଙ୍କୁ ସମର୍ଥନ କରିଥିଲେ । ଆଜି ଆନ୍ଦୋଳନକୁ ଆହୁରି ଜୋରଦାର କରାଯିବ ବୋଲି ଚାଷୀମାନେ କହିଛନ୍ତି ।