କନକ ବ୍ୟୁରୋ: ସାରା ରାଜ୍ୟରେ ସାର ସଙ୍କଟ ଦେଖାଦେଇଛି ହେଲେ ଏହାରି ଭିତରେ ୟୁରିଆ ସାର ପାଇଁ ନବରଙ୍ଗପୁର ଉମରକୋଟରେ ପୁଲିସ-ଚାଷୀ ଧସ୍ତାଧସ୍ତି ହୋଇଛନ୍ତି । ଧାନ ଚାଷ କରିବା ପାଇଁ ଆବଶ୍ୟକ ପରିମାଣର ୟୁରିଆ ସାର ମିଳୁନଥିବାରୁ ଚାଷୀ ରାସ୍ତାକୁ ଓହ୍ଲାଇଥିଲେ । ଆରସିଏମଏସ ଆଗରେ ରାସ୍ତାରୋକ କରିଥିଲେ ଚାଷୀ । ପୁଲିସ ଓ କିଛି କଂଗ୍ରେସ କର୍ମୀ ବୁଝାସୁଝା ପରେ ଚାଷୀ ରାସ୍ତାରୁ ହଟିଥିଲେ କିନ୍ତୁ ଏତିକିରେ ସାର ଅଭାବ ସମସ୍ୟାର ସମାଧାନ ହୋଇନଥିଲା ।
ସାର ଦେବାକୁ ଦାବି କରି ଉମରକୋଟ ବ୍ଲକ ବିଭିନ୍ନ ପଞ୍ଚାୟତର ଚାଷୀ ଉମରକୋଟ୍ ଫେଡରେସନ୍ ଠାରେ ଏକତିତ୍ର ହୋଇଥିଲେ । ଶୀଘ୍ର ସାର ଦିଅନ୍ତୁ ବୋଲି ଦାବି କରି ଫେଡରେସନ୍ କର୍ମଚାରୀଙ୍କୁ ଘେରଉ କରିଥିଲେ । ଏହି ସମୟରେ ଫେଡରେସନ୍ ଓ ପୁଲିସ ସହ ଚାଷୀଙ୍କ ଧସ୍ତାଧସ୍ତି ହୋଇଥିଲେ । ଜିଲ୍ଲା କୃଷି ଅଧିକାରୀ ସତ୍ୟ ପ୍ରସାଦ ସାମନ୍ତରାୟ ଘଟଣାସ୍ଥଳରେ ପହଞ୍ଚିଥିଲେ । ପରିସ୍ଥିତିକୁ ସ୍ୱାଭାବିକ କରିବା ପାଇଁ ଚାଷୀଙ୍କୁ ହାତ ଯୋଡି ଅନୁରୋଧ କରିଥିଲେ ଜିଲ୍ଲା କୃଷି ଅଧିକାରୀ । ଏହାସହ ଆସନ୍ତା ମଙ୍ଗଳବାର ସୁଦ୍ଧା ଚାଷୀଙ୍କୁ ସାର ଯୋଗାଇ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି କୃଷି ଅଧିକାରୀ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2021/07/43-2.jpg)