କନକ ବ୍ୟୁରୋ : କଡ଼ା ସୁରକ୍ଷାବଳରେ ରାଜଧାନୀର ସୀମାନ୍ତ ଅଂଚଳ । କଂକ୍ରିଟପାଚେରୀ, ଲୁହାବାଡ, କଂଟାତାର ଭିତରେ ରହିଛି ପୂରା ଦିଲ୍ଲୀ । ସେପଟେ ତ୍ରୀବ ହେଉଛି ଚାଷୀଙ୍କ ଆନ୍ଦୋଳନ । ମଙ୍ଗଳବାରଠୁ ମାଳ ମାଳ ଚାଷୀ ଦିଲ୍ଲୀମୁହାଁରେ ହେଉଛନ୍ତି । ଟ୍ରାକ୍ଟରଯୋଗେ ଉତରପ୍ରଦେଶ, ପଂଜାବ, ହରିଆଣା ଓ ବିଭିନ୍ନ ରାଜ୍ୟରୁ ମାଡିଆସୁଛନ୍ତି ପଲ ପଲ ଚାଷୀ । ପୁଲିସ ଅଟକାଇବାକୁ ଚେଷ୍ଟା କରୁଛି ସେପଟେ ଅଣଆୟତ ହେଉଛି ସ୍ଥିତି ।
ଦୀର୍ଘ ସମୟ ଧରି ଆନ୍ଦୋଳନ ଲକ୍ଷ୍ୟ ରଖି ଚାଷୀ ସବୁପ୍ରକାର ବ୍ୟବସ୍ଥା ସହ ଦିଲ୍ଲୀ ଆସୁଛନ୍ତି । ୬ମାସର ରାସନ ଓ ଇନ୍ଧନ ମହଜୁଦ ରଖିଛନ୍ତି । ସରକାଙ୍କ ବିରୋଧରେ ଯେଉଁ ଆନ୍ଦୋଳନ ଆରମ୍ଭ କରିଛନ୍ତି ତାହା ଦୀର୍ଘଦିନ ଚାଲିବ ବୋଲି ଅନୁମାନ କରାଯାଉଛି
ଚାଷୀଙ୍କ ଦିଲ୍ଲୀ ଚଲୋ ଅଭିଯାନକୁ ରଖି ଦିଲ୍ଲୀ ପୁଲିସ ଟିକିରି ସୀମାକୁ ସମ୍ପୂର୍ଣ୍ଣ ସିଲ କରିଛି । ଦିଲ୍ଲୀର ପୁଲିସ ଅନେକସ୍ତରୀୟ ବ୍ୟାରିକେଡ ତିଆରି କରିଛି । ବଡବଡ ପଥର ଲଗାଇ ରାସ୍ତା ଅବରୋଧ କରାଯାଇଛି ।ପୁଲିସ ଉପରେ ପଥରମାଡ ଯୋଗୁଁ ଅନେକ ଆହତ ହେବା ସହ ଲାଠିଚାଜରେ ଅନେକ ଚାଷୀ ମଧ୍ୟ ଆହତ ହୋଇଥିବା ସୂଚନା ରହିଛି ।
ଚାଷୀଙ୍କ ପ୍ରମୁଖ ଦାବି
- ପ୍ରତ୍ୟେକ ଫସଲର ଏମ୍ଏସ୍ପି ଉପରେ ଆଇନଗତ ଗ୍ୟାରେଂଟି
- ଏମ୍ଏସ୍ ସ୍ୱାମୀନାଥନ ଆୟୋଗର ସୁପାରିଶକୁ କାର୍ଯ୍ୟକାରୀ କରିବା
- ଚାଷୀ ଶ୍ରମିକଙ୍କୁ ଋଣ କ୍ଷମା ଏବଂ ପେନସନ୍ ବ୍ୟବସ୍ଥା
- ଜମି ଅଧିଗ୍ରହଣ ଅଧିନିୟମ ୨୦୧୩କୁ ପୁନଃ ଲାଗୁ କରିବା
- ଲଖିମ୍ପୁର ଖେରୀ ଘଟଣାର ଦୋଷୀଙ୍କୁ କଠୋର ଦଣ୍ଡାଦେଶ
- ମୁକ୍ତ ବଜାର ଚୁକ୍ତିନାମା ଉପରେ ରୋକ
- ଚାଷୀ ଆନ୍ଦୋଳନରେ ମୃତ କୃଷକଙ୍କ ପରିବାରକୁ ଭରଣପୋଷଣ, ପରିବାରର ଜଣଙ୍କୁ ସରକାରୀ ଚାକିରି
- ନକଲି ବିହନ, କୀଟନାଶକ ଔଷଧ କମ୍ପାନୀ ବିରୋଧରେ କଠୋର ଆଇନ୍
ଚାଷୀ ନିଜର କିଛି ପ୍ରମୁଖ ଦାବିକୁ ନେଇ ଦିଲ୍ଲୀ ଚାଲ ଡାକରା ଦେଇଛନ୍ତି ।୧୬ ତାରିଖରେ ଭାରତ ବନ୍ଦ ଡାକରା ମଧ୍ୟ ଦେଇଛି ଚାଷୀ ସଂଗଠନ ।