ରାଜଧାନୀରେ ନବନିର୍ମାଣ କୃଷକ ସଂଗଠନର ଆନ୍ଦୋଳନ । ପ୍ରାଇସ୍ ,ପ୍ରେସଟିଜ୍ ଓ ପେନସନ୍ ଦାବିରେ ନବନିର୍ମାଣ କୃଷକ ସଂଗଠନ ପକ୍ଷରୁ ଚାଲିଛି ଅନଶନ । କୃଷକ ମାନଙ୍କ ପାଇଁ ପେନସନ ଓ ଉତ୍ପାଦିତ କୃଷି ଜାତ ଦ୍ରବ୍ୟର ଉଚିତ୍ ମୂଲ୍ୟ ଦାବି କରି ଗଣତାନ୍ତ୍ରିକ ଉପାୟରେ ଆନ୍ଦୋଳନକୁ ଓହ୍ଲାଇଛି ସଂଗଠନ । କୃଷକମାନେ ବାରମ୍ବାର ନ୍ୟାଯ୍ୟ ଦାବି କରି ଆସୁଥିଲେ ମଧ୍ୟ ସରକାର ଏହାକୁ ଅଣଦେଖା କରିଆସୁଥିବା କୃଷକ ନେତା ଅଭିଯୋଗ କରିଛନ୍ତି । ତେଣୁ ସରକାର ତୁରନ୍ତ ଚାଷୀଙ୍କ ଦାବି ପୂରଣ କରିବା ପାଇଁ ଦାବି କରିଛନ୍ତି ନଚେତ୍ ଆଗାମୀ ଦିନରେ ଏହି ଆନ୍ଦୋଳନ ଉଗ୍ର ରୂପ ନେବ ବୋଲି ଚେତାବନୀ ଦେଇକ୍ତି ସଂଗଠନ ।

Advertisment

publive-image
ନବନିର୍ମାଣ କୃଷକ ସଂଗଠନର ଜାତୀୟ ସଂଯୋଜକ ଅକ୍ଷୟ କୁମାର କହିଛନ୍ତି, ଯେଉଁ ଚାଷୀଙ୍କ ହାତରେ ଉଭୟ ଭୋଟ୍ ଆଉ ଭାତ ରହିଛି, ସେମାନଙ୍କୁ ଅଣଦେଖା ଆଉ ବରଦାସ୍ତ କରାଯିବନି । ଯଦି ୩୬ ଲକ୍ଷ ଚାଷୀଙ୍କ ପାଇଁ ୫ ହଜାର ଟଙ୍କା ହିସାବରେ ୨୧ ହଜାର ୬୦୦ କୋଟିଭତ୍ତା ବାବଦରେ ନିଷ୍ପତ୍ତି ନିଆନ’ଯାଏ, ତେବେ ଆଗାମୀ ଦିନରେ ଚାଷୀ ଭବିଷ୍ୟତର କାର୍ଯ୍ୟପନ୍ଥା ନେଇ ନିଷ୍ପତି ନେବେ । ଯଦି ଧାନ ଦର ବଢିବ ନାହିଁ, ଭତ୍ତା ମିଳିବ ନାହିଁ ତେବେ ଭୋଟ ବାକ୍ସ ବସିବ କାହିଁକି? ଚେତାବନୀ ଦେଇ ସଂଗଠନର ନେତା କହିଛନ୍ତି, ବଜେଟରେ ଯଦି ଦାବି ପୂରଣ ନେଇ ଘୋଷଣା କରାନ’ଯାଏ ତେବେ ସତ୍ୟାଗ୍ରହୀ ଏଇଠୁ ନିଷ୍ପତ୍ତି ନେବେ ଆଗାମୀ ଦିନରେ କିଭଳି ଆଭିମୁଖ୍ୟ ଗ୍ରହଣ କରାଯିବ ।

nabanirman sangha
ସେପଟେ ମହାରାଷ୍ଟ୍ରରେ ମଧ୍ୟ ଚାଲିଛି ବିରାଟ ଚାଷୀ ଆନ୍ଦୋଳନ । ଚାଷୀ ବିରୋଧୀ ବିଜେପି । ପ୍ରତିଶ୍ରୁତି ପାଳନରେ ବିଫଳ ମହାରାଷ୍ଟ୍ର ବିଜେପି ସରକାର । କାହିଁକି ପାଳନ ହେଉନି ସ୍ୱାମୀନାଥନ କମିଟି ରିପୋର୍ଟ? କିଛି ଏଭଳି ନାରା ଦେଇ ମହାରାଷ୍ଟ୍ରରେ ନିର୍ଣ୍ଣାୟକ ଲଢେଇ ଆରମ୍ଭ କରିଛନ୍ତି ଚାଷୀ । ସଂପୁର୍ଣ୍ଣ ଋଣଛାଡ ଏବଂ ଅନ୍ୟ ଦାବି ସହ ମହାରାଷ୍ଟ୍ର ବିଧାନସଭା ଘେରିବେ ୪୦ ହଜାର ଚାଷୀ । ଗତ ବୁଧବାର ଦିନ ଏହି ରାଲି ନାସିକରୁ ଆରମ୍ଭ ହୋଇଥିଲା । ପ୍ରତ୍ୟେକ ଦିନ ଚାଷୀମାନେ ୩୦ କିମି ଚାଲି ନାସିକରୁ ମୁମ୍ବାଇ ୧୮୦ କିମି ରାସ୍ତା ଅତିକ୍ରମ କରିଛନ୍ତି । ଅଲ୍ ଇଣ୍ଡିଆ କିଷାନ୍ ସଭାର ନେତା କହିଛନ୍ତି, ଚାଷୀଙ୍କ ଦାବି ହେଉଛି ସଂପୁର୍ଣ୍ଣ ଋଣ ଛାଡ କରିବା । ଏଥିସହ ବକେୟା ବିଜୁଳି ବିଲ୍କୁ ଛାଡ କରାଯିବା ସହ ସ୍ୱାମୀନାଥନ କମିଟି ରିପୋର୍ଟକୁ ଲାଗୁ କରିବା ମଧ୍ୟ ଚାଷୀଙ୍କର ଦାବି ରହିଛି । ବିଜେପି ସରକାର ଚାଷୀଙ୍କୁ ଦେଇଥିବା ପ୍ରତିଶ୍ରୁତି ପାଳନ କରିବାରେ ବିଫଳ ହୋଇଛି । ଅର୍ଥାତ୍ ବିଜେପି ଦେଶର ଚାଷୀଙ୍କୁ ଧୋକ୍କା ଦେଇଛି । ବିକାଶ, ରାଜରାସ୍ତା ଓ ବୁଲେଟ ଟ୍ରେନ ନାଁରେ ଚାଷୀଙ୍କ ଠାରୁ ଜବରଦସ୍ତ ଜମି ଅଧିଗ୍ରହଣ କରିବା ବନ୍ଦ କରାଯାଉ ।

publive-image
ଗତବର୍ଷ ମହାରାଷ୍ଟ୍ରରେ ଦେବେନ୍ଦ୍ର ଫଡନାଭିସ୍ ସରକାର ୩୪ ହଜାର କୋଟିର ଋଣ ଛାଡ ଘୋଷଣା କରିଥିଲେ । ତଥାପି ଗତବର୍ଷ ଜୁନରୁ ଏଯାଏଁ ୧୭୫୩ ଜଣ ଚାଷୀ ଆତ୍ମହତ୍ୟା କରିସାରିଲେଣି । ମହାରାଷ୍ଟ୍ରରେ ଚାଷ ଓ ଚାଷୀଙ୍କ ଅବସ୍ଥା ବେଶ ସଂକଟାପନ୍ନ ରହିଛି । ଯାହାକୁ ନେଇ ସରକାର ବିରୋଧରେ ଚାଷୀ ନିଜ ସ୍ୱରକୁ ଶାଣିତ କରୁଛନ୍ତି । ଯାହାକୁ ଆଖି ଆଗରେ ରଖି ଚଳିତ ବଜେଟରେ ଫଡନାଭିସ୍ ଚାଷୀଙ୍କ ପାଇଁ ୭୫ ହଜାର ୯୦୯ କୋଟିର ବ୍ୟବସ୍ଥା କରିଥିଲେ । ତଥାପି ଏମଏସପି ଓ ଋଣଛାଡ ପ୍ରସଙ୍ଗ ଧୀରେ ଧୀରେ ବିଜେପି ସରକାରଙ୍କ ପାଇଁ ଅଡୁଆ ବଢାଉଛି ।