ଚାଷୀ ମୁଣ୍ଡରେ ଚଡକ: ଅଜଣା ରୋଗ ପୋକ ଆକ୍ରମଣରେ ଶହ ଶହ ଏକର ଧାନ ଜମି ସଂପୂର୍ଣ୍ଣ ନଷ୍ଟ, କାମ ଦେଉ ନାହିଁ କୀଟନାଶକ; ଚିନ୍ତାରେ ଏବେ ପଦ୍ମପୁର ଉପଖଣ୍ଡ ଚାଷୀ

183

କନକ ବ୍ୟୁରୋ: ଚାଷୀ ମୁଣ୍ଡରେ ଚଡକ । କେତେ ବେଳେ କରୋନା କଟକଣା ତ କେତେବେଳେ ଲଗାଣ ବର୍ଷା ଚାଷକୁ ପ୍ରଭାବିତ କରୁଛି । ଏବେ ଅଜଣା ରୋଗପୋକ ଚାଷୀର ଚିନ୍ତା ବଢାଇଛି । ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡରେ ଶହ ଶହ ଏକର ଜମିରେ ଧାନ ଗଛରେ ମାଡି ଯାଉଛି ରୋଗପୋକ । ଏନେଇ କୃଷି ଅଧିକାରୀଙ୍କ ପରାମର୍ଶ କରି କୀଟନାଶକ ଦେଲେ ବି ଏହା କାମ ଦେଉ ନାହିଁ ।

ଅନ୍ୟପଟେ ସ୍ଥାନୀୟ ଅଂଚଳରେ ବହୁ ପ୍ରକାର କୀଟନାଶକ ମିଳୁଛି ଏବଂ ଏହାକୁ କିଣି ଚାଷୀ କେବଳ ଖର୍ଚ୍ଚାନ୍ତ ହେଉଛନ୍ତି । ହେଲେ ସୁଫଳ ମିଳିନାହିଁ । ଫଳରେ ଚଳିତ ବର୍ଷ ଋଣ କରଜ କରି ଚାଷୀ କରିଥିବା ଚାଷ ନଷ୍ଟ ହେବା ଆଶଙ୍କା ସୃଷ୍ଟି ହୋଇଛି । ତେବେ ଏହି ଘଟଣାର ଅଧିକ ତଦନ୍ତ ହେବ ବୋଲି ଉପଜିଲ୍ଲାପାଳ ସୂଚନା ଦେଇଛନ୍ତି ।