ମଣ୍ଡିରେ ପଡି ରହିଛି ଶହଶହ ବସ୍ତା ଧାନ । ଟୋକନ ମିଳୁନି କି ଧାନ ଉଠାଉ ନାହିଁ ପ୍ରଶାସନ : ଅଦିନିଆ ବର୍ଷା ଆଶଙ୍କାରେ ଚାଷୀ

141

କନକ ବ୍ୟୁରୋ : ଧାନ ମଣ୍ଡି ଖୋଲିବାର ଦିନ ପରେ ଦିନ ବିତୁଛି । କିନ୍ତୁ ଚାଷୀ ନିଜର ବସ୍ତା ବସ୍ତା ଧାନକୁ ଧରି ଅନେଇ ବସିଛି । ଧାନ କିଣାଯାଉ ନାହିଁ । ଦୀର୍ଘ ୪ ମାସ ପରେ ଶେଷରେ ଉତକ୍ଷିପ୍ତ ହୋଇ ଚାଷୀମାନେ ଲାମ୍ପ୍ସ ଅଫିସରେ ତାଲା ପକାଇଛନ୍ତି । କେନ୍ଦୁଝର ଜିଲ୍ଲା ତେଲକୋଇ ବ୍ଲକରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି । ମାସ ମାସ ଧରି ଅପେକ୍ଷା କରିବା ପରେ ମଧ୍ୟ ଚାଷୀଙ୍କ ଟୋକନ ଆସି ପାରିନାହିଁ ।

ଫଳରେ ଖଳା, ଘର ଆଗରେ ଖରା ଏବଂ ଶୀତ କାକରରେ ଧାନ ପଡି ରହିଛି । ତେଲକୋଇ ବ୍ଲକର ୩ଟି ମଣ୍ଡିରେ ଧାନ ବିକ୍ରି ପାଇଁ ମୋଟ ୨୬୦୧ ଜଣ ଚାଷୀ ପଂଜିକରଣ କରିଥିବା ବେଳେ ବର୍ତମାନ ସୁଦ୍ଧା ୧୦୨୪ ଜଣ ଧାନ ବିକ୍ରି କରିଛନ୍ତି । ଆଉ ୧୫୭୭ ଜଣ ଚାଷୀ ଏଯାଏଁ ଟୋକନ ପାଇ ପାରି ନାହାନ୍ତି । ଅନ୍ୟପଟେ ଆସନ୍ତା ମାର୍ଚ୍ଚ ମାସରେ ଧାନକିଣାର ଶେଷ ତାରିଖ ଥିବା ବେଳେ ଚାଷୀ ଚିନ୍ତାରେ ପଡିଯାଇଛନ୍ତି ।