କନକ ବ୍ୟୁରୋ : ଲଗାଣ ବର୍ଷା ସାଜିଲା କାଳ । ଚାଷ ଜମିରେ ୩ ଫୁଟ ଉଚ୍ଚର ପାଣି । ଲଗାଣ ବର୍ଷା ଯୋଗୁଁ ହେକ୍ଟର ହେକ୍ଟର ଚାଷ ଜମି ଜଳମଗ୍ନ ହୋଇରହିଛି । ଜଗତସିଂହପୁର ନାଉ ଗାଁ ବ୍ଲକ ନନ୍ଦିଗ୍ରାମରେ ଚାଷୀ ଏନେଇ ଚିନ୍ତାରେ ପଡିଯାଇଛନ୍ତି । ଧାର କରଜ କରି ସରକାର ବିହନ କିଣି କଳି ପକାଇ ଚାଷ ଆରମ୍ଭ କରିଥିଲେ । କିନ୍ତୁ ବର୍ଷା ଯୋଗୁଁ ଧାନ ତଳି ପାଣିରେ ବୁଡି ସଢି ଯାଇଛି ।
ଜଗତସିଂହପୁର ଜିଲ୍ଲାରେ ସର୍ବାଧିକ କ୍ଷତି ହୋଇଛି ନାଉଗାଁ ବ୍ଲକରେ । ୧୫ ଦିନ ହେବ ବିଲରେ ପାଣି ଜମି ରହିଛି । ଡ୍ରେନେଜ୍ ସୁବିଧା ନ ଥିବାରୁ ପାଣି ନିଷ୍କାସନ ହୋଇପାରୁନାହିଁ । ଏନେଇ ଜିଲ୍ଲା ଡ୍ରେନେଜ୍ ନିର୍ବାହୀ ଯନ୍ତ୍ରୀ କହିଛନ୍ତ, ସରକାରୀ ସ୍ତରରେ ନାଉଗାଁ ଅଂଚଳରେ ଡ୍ରେନେଜ୍ କରିବା ପାଇଁ ପ୍ରସ୍ତାବ ରିହିଛି ଏବଂ ଆସନ୍ତା ବର୍ଷ କାର୍ଯ୍ୟ ଆରମ୍ଭ କରାଯିବ ବୋଲି ସେ କହିଛନ୍ତି । ଏଭଳି ପରିସ୍ଥିତିରେ ଯଦି କିଛି ସମାଧାନ କରାନଯାଏ ବାଧ୍ୟ ହୋଇ ଚାଷୀ ଆତ୍ମହତ୍ୟା କରିବାକୁ ଧମକ ଦେଇଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/08/1-18.jpg)