କନକ ବ୍ୟୁରୋ : ବର୍ଷା ଛାଡି ଯାଇଛି । ହେଲେ ବ୍ରାହ୍ମଣୀ ନଦୀର ବନ୍ୟା ପାଣି କିନ୍ତୁ ଜମିରୁ ଖସିନି । ଭୁବନ ଅଂଚଳରେ ଶହ ଶହ ହେକ୍ଟର ସୁନାର ଫସଲ ଏବେ ବନ୍ୟା ପାଣି ଭିତରେ ବୁଡି ନଷ୍ଟ ହୋଇ ଯାଇଛି । ୭ ଦିନରୁ ଅଧିକ ସମୟ ପାଣି ଘେରରେ ଚାଷ ଜମି ରହିବା ପରେ ଧାନ ଓ ପରିବା ଫସଲ ସବୁ ନଷ୍ଟ ହୋଇଯାଇଛି ।
ଭୁବନ ବ୍ଲକର ନୀଳକଣ୍ଠପୁର, ଜୟପୁର, ମହୁଲପାଳ, କୃଷ୍ଣପୁର, ପୁରୁଷୋତମପୁର ଭଳି ଅନେକ ଗାଁର ଚାଷ ଜମିରେ ଲହଡି ମାରୁଛି ବନ୍ୟା ପାଣି । ଜଳ ନିଷ୍କାସନର କୌଣସି ବାଟ ନାହିଁ । ଏବେ ମୁଣ୍ଡରେ ହାତ ଦେଇ ବସିଛନ୍ତି ଚାଷୀ । ସରକାରୀ ସ୍ତରରେ କେବେ କ୍ଷୟକ୍ଷତି ଆକଳନ ହେବ ଆଉ ମିଳିବ କ୍ଷତିପୂରଣ ଚିନ୍ତାରେ ପଡିଛନ୍ତି ଭୁବନ ବ୍ଲକର ଚାଷୀ କୂଳ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/08/21-13.jpg)