କନକ ବ୍ୟୁରୋ : କଥାରେ ଅଛି ଇଚ୍ଛା ଥିଲେ ଉପାୟ ଆପେ ଆସେ । ମନୋବଳ ଓ ଇଚ୍ଛା ଶକ୍ତି ବଳରେ ମଣିଷ ଯେ କିଛି ବି କରି ପାରେ ତାର ଜ୍ୱଳନ୍ତ ଉଦାହରଣ ହେଉଛନ୍ତି ପଶ୍ଚିମବଙ୍ଗର ମିଟୁ ରାୟ । ମାଟି ଉପରେ ତୋଳିଛନ୍ତି ଟାଇଟନିକ ପରି ଘର ।

Advertisment

ପଶ୍ଚିମବଙ୍ଗ ଉତ୍ତର ୨୪ ପ୍ରଗଣାର ବାସିନ୍ଦା ମିଟୁ ରାୟ ଙ୍କ ନିର୍ମିତ ଟାଇଟନିକ ଭଳି ଦିଶୁଥିବା ଘର ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ସେ ପ୍ରାୟ ୨୦ କି ୨୫ ବର୍ଷ ତଳେ ନିଜ ପିତା ମନୋରଂଜନ ରାୟଙ୍କ ସହ ପରଗଣା ଜିଲ୍ଲାର ପାରଗନା ଜିଲ୍ଲାର ହେଲେଞ୍ଛା ଅଂଚଳରେ ରହିବାକୁ ଆସିଥିଲେ । ଏହା ପରେ ସିଲିଗୁଡ଼ିର ଫାଶୀଦାବାଦ ଅଂଚଳରେ ସ୍ଥାୟୀ ବାସିନ୍ଦା ହୋଇଗଲେ ।

ଜୀବିକାରେ ସିନା ଚାଷୀ ହେଲେ ସ୍ୱପ୍ନ ଥିଲା ଗୋଟେ ଜାହାଜ ପରି ଘର ତୋଳିବାର। ଏପରି ଏକ ଅଦ୍ଭୁତ ଜିନିଷ ପାଇଁ କେହି ଇଞ୍ଜିନିଅର ମଧ୍ୟ ରାଜି ହୋଇନଥିଲେ। ତେଣୁ ନିଜ ଘର ନିଜେ ତିଆରି କରିବାକୁ ଅଣ୍ଟା ଭିଡ଼ିଥିଲେ ମିଟୁ ।

publive-image

ନା ଥିଲା ଯଥେଷ୍ଟ ଅର୍ଥବଳ ନା କୋଠା ତୋଳିବାର ଅଭିଜ୍ଞତା । ଅର୍ଥଭାବରୁ ଅନେକ ଥର କାମ ରୋକିବାକୁ ପଡିଥିଲା । ହେଲେ ଅଟକି ଯାଇ ନଥିଲେ ମିଟୁ। ଏପରିକି ରାଜମିସ୍ତ୍ରୀକୁ ଦେବାକୁ ପାଖରେ ପଇସା ନଥିଲା । ଏଣୁ ନିଜେ ନେପାଳ ଯାଇ ୩ ବର୍ଷ ଧରି କାମ ଶିଖିଥିଲେ ଓ ସେହି ଅଭିଜ୍ଞତାକୁ ନିଜ ଘର ତିଆରି କାମରେ ଲଗାଇଥିଲେ । ୨୦୧୦ ରୁ ସେ ତାଙ୍କର ସ୍ୱପ୍ନର ଘର ତୋଳିବା ଆରମ୍ଭ କରିଥିଲେ ଓ ଏବେ ଶେଷ ହୋଇଛି ଘର ତିଆରି । ୩୦ ଫୁଟ ଉଚ୍ଚ, ଲମ୍ବ ୩୯ ଫୁଟ ରହିଥିବା ବେଳେ ଏହି ଜାହାଜ ଭଳି ଘରର ଉଚ୍ଚତା ୧୩ ଫୁଟ ରହିଛି ।

ସବୁ ପ୍ରତିକୂଳ ପରିସ୍ଥିତିକୁ କାଟି ନିଜ ସ୍ୱପ୍ନର ଘରକୁ ଠିଆ କରିଥିବା ମିଟୁଙ୍କ ସଂଘର୍ଷ କିଛି କମ ନଥିଲା ଆଉ ଏବେ ଏହାକୁ ଦେଖିବାକୁ ଲୋକଙ୍କ ଖୁବ ଭିଡ ଜମୁଛି ।