ଥମୁନି ଚାଷୀ ଅସନ୍ତୋଷ : ବର୍ଷା ଜଳରେ ବସି ଅନଶନ ଜାରି ରଖିଲେ ଟିକାୟତ

139

କନକ ବ୍ୟୁରୋ: ଦିଲ୍ଲୀରେ ପ୍ରବଳ ବର୍ଷା ଯୋଗୁଁ ରାସ୍ତାଘାଟ ବର୍ଷା ପାଣିରେ ବୁଡିଥିବାବେଳେ ଏଠିକାର ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ହେଲେ ଏସବୁକୁ ଖାତିର ନକରି ଦିଲ୍ଲୀ ସୀମାରେ ଥିବା ଗାଜିପୁରଠାରେ ଅନଶନରେ ବସିରହିଛନ୍ତି ଚାଷୀ ନେତା ରାଜେଶ ଟିକାୟତ । ଏଠାରେ ପ୍ରବଳ ବର୍ଷା ଯୋଗୁଁ ରାସ୍ତାରେ ୨ ଫୁଟର ପାଣି ଜମି ରହିଥିବାବେଳେ ଟିକାୟତ ଓ ତାଙ୍କ ସହଯୋଗୀଙ୍କ ଆନ୍ଦୋଳନରୁ ଉଠିନଥିବା ଦେଖିବାକୁ ମିଳିଥିଲା ।ସରକାରଙ୍କ କୃଷି ଆଇନ ଓ ଆନ୍ଦୋଳନ ସମୟରେ ଚାଷୀଙ୍କୁ ମାଡ ବିରୋଧରେ ଏବେବି ଦିଲ୍ଲୀ ଏନସିଆରରର ସୀମାରେ ଆନ୍ଦୋଳନ ଜାରି ରହିଛି । ତିକ୍ରି, ସିଙ୍ଗୁ, ଶାହାଜାହାନପୁର ଓ ଗାଜିପୁରରେ ଚାଷୀ ଆନ୍ଦୋଳନ ଜାରି ରହିବ ବୋଲି ଘୋଷଣା କରିଛନ୍ତି ଚାଷୀ ନେତା ଟିକାୟତ । ବର୍ତ୍ତମାନ ସାରା ଦିଲ୍ଲୀ ବର୍ଷା ଜଳରେ ଉବୁଟୁବୁ ହେଉଥବାବେଳେ ନିଜ ଚାଷୀ କିନ୍ତୁ ନିଜ ଲକ୍ଷ୍ୟ ପଥରୁ ଓହରିଯିବେ ନାହିଁ ବୋଲି ଟିକାୟତ ସ୍ପଷ୍ଟ କରିଛନ୍ତି ।