ବିଜେଡି ଇସ୍ତାହାରରେ ଚାଷୀ । ସରକାର ଗଠନର ପ୍ରଥମ ଦିନରେ ୨୫ ଲକ୍ଷ ବଳକା ଚାଷୀଙ୍କୁ ଏକସଙ୍ଗେ ମିଳିବ ୨ଟି କିସ୍ତିର ଟଙ୍କା ।

199

କନକ ବ୍ୟୁରୋ: ୨୦୧୯ ନିର୍ବାଚନ ପାଇଁ ବିଜେଡିର ଇସ୍ତାହାର । ୧୧ ପୃଷ୍ଠା ସମ୍ବଳିତ ଏହି ଇସ୍ତାହାର ପତ୍ରରେ ୨୦୧୪ର ପ୍ରତିଶ୍ରୁତି ଓ ଆଗାମୀ ଦିନରେ ସରକାର ଗଢ଼ିଲେ ବିଜୁ ଜନତା ଦଳ କ’ଣ କରିବ ସେନେଇ ଗୋଟି ଗୋଟି ଇସ୍ତାହାରରେ ଉଲ୍ଲେଖ କରିଛି ଦଳ । ବିଜେଡି ୨୦୧୯ ଇସ୍ତାହାରରେ ଚାଷୀଙ୍କୁ ପ୍ରାଧାନ୍ୟ ଦେଇଛି । ‘କାଳିଆ’ ଯୋଜନା ଦ୍ୱାରା ଉପକୃତ ହୋଇଥିବା ଚାଷୀମାନଙ୍କ କଥା ଉଠାଇଛି ଦଳ ।

ଇସ୍ତାହାରରେ ନବୀନ କହିଛନ୍ତି ଯେ, “ମୁଁ ଆପଣଙ୍କୁ କଥା ଦେଉଛି ବିଜୁ ଜନତା ଦଳ ସରକାର ଗଠନର ପ୍ରଥମ ଦିନରେ ହିଁ ବାକିଥିବା ୨୫ ଲକ୍ଷ ଚାଷୀ କାଳିଆ ଯୋଜନାର ଦୁଇଟି କିସ୍ତି ୧୦ ହଜାର ଟଙ୍କା ଏକାଥରକେ ପାଇବେ । ଆଉ କେହି ବି ଚାଷୀ କାଳିଆ ଟଙ୍କାରୁ ବଞ୍ଚିତ ହେବେ ନାହିଁ । ଏବେ ନୁହେଁ କି କେବେ ନୁହେଁ ବୋଲି ଇସ୍ତାହାରରେ କହିଛନ୍ତି ମୁଖ୍ୟମନ୍ତ୍ରୀ ।

ସେହିଭଳି ପ୍ରତି ପଞ୍ଚାୟତରେ କୃଷଜାତ ଦ୍ରବ୍ୟକୁ ସୁରକ୍ଷିତ ରଖିବା ପାଇଁ ଶୀତଳ ଭଣ୍ଡାର ଏବଂ ୱେରହାଉସ ଗଠନ କରାଯିବ ବୋଲି ବଜେଡି ଇସ୍ତାହାରରେ କହିଛି । ସେହିପରି କାଳିଆ ଛାତ୍ରବୃତ୍ତି ଯୋଜନାରେ ଚାଷୀ ସହ ଭୂମିହୀନ ଶ୍ରମିକକଙ୍କ ପିଲାମାନଙ୍କ ପ୍ରତି ସହାୟକ ହେବ । ଏପରିକି ‘କାଳିଆ’ ପାଇଁ କିଛି ସମସ୍ୟା ନହେବାକୁ ୨୪ ଘଣ୍ଟିଆ କାଳିଆ କଲ୍ ସେଣ୍ଟର କାର୍ଯ୍ୟାକରୀ କରୁଛି । ଏହାକୁ ଅଧିକ ତ୍ୱରାନିତ କରାଯିବ ।