ଚାଷୀ ପାଉନି ପ୍ରଧାନମନ୍ତ୍ରୀ ଫସଲ ବୀମା ସୁବିଧା: ଆମରଣ ଅନଶନରେ ବସିଲେ ବରଗଡ ଗାଇସିଲଟ ବ୍ଲକର ଶତାଧିକ ଚାଷୀ; କୃଷି ସମବାୟ ସମିତି ସମ୍ପାଦକ ପଦକ୍ଷେପ ନନେବାରୁ ଆନ୍ଦୋଳନ

71

କନକ ବ୍ୟୁରୋ: ପଦ୍ମପୁର ଉପଖଣ୍ଡ ଗାଇସିଲଟ ବ୍ଲକ ଅନ୍ତର୍ଗତ କଠଉମାଲ କୃଷି ସମବାୟ ସମିତିର ଶତାଧିକ ଚାଷୀ ଆମରଣ ଅନଶନ ଆରମ୍ଭ କରିଛନ୍ତି । ପ୍ରଧାନମନ୍ତ୍ରୀ ଫସଲ ବୀମା ପାଇବାରୁ ବଂଚିତ ହେବା ପରେ ଚାଷୀମାନେ ଏହି ପଦକ୍ଷେପ ନେଇଛନ୍ତି । ୨୦୧୯-୨୦୨୦ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ସମବାୟ ସମିତିର ଚାଷୀ ପ୍ରିମିୟମ ଭରିଥିବାବେଳେ ସେମାନଙ୍କ ମଧ୍ୟରୁ ୨୨୬ ଜଣ ଚାଷୀ ଏ ଯାଏଁ ବୀମାଟଙ୍କା ପାଇନାହାନ୍ତି ।

ଆଉ ଏହାର ପ୍ରତିବାଦରେ ଚାଷୀମାନେ କଠଉମାଲ ସମବାୟ ସମିତି ସମ୍ମୁଖରେ ଅନଶନରେ ବସିଛନ୍ତି । କୃଷି ସମବାୟ ସମିତିରେ ବର୍ତମାନ ସମ୍ପାଦକ ଏ ବିଷୟରେ କିଛି ଜାଣିନଥିବା କହିଛନ୍ତି । ଏହାପରେ ଚାଷୀମାନେ ଉପାୟଶୂନ୍ୟ ହୋଇ ଆମରଣ ଅନଶନକୁ ଓହ୍ଲାଇଛନ୍ତି । ବୀମା ରାଶି ପ୍ରଦାନ ନ କରିବା ଯାଏଁ ଆମରଶନ ଅନଶନ ଜାରି ରହିବ ବୋଲି କହିଛନ୍ତି ଚାଷୀ । ବଡ ପ୍ରଶ୍ନ ହେଉଛି, ଚାଷୀ ବୀମା ପ୍ରିମିୟମ ଦାଖଲ କରିଥିଲେ ବି ବୀମା ରାଶିରୁ ବଂଚିତ ହେଲେ କେମିତି ।