ସରକାର ଓ କୃଷକ ସଙ୍ଗଠନ ମଧ୍ୟରେ ଆଜି ପୁଣି ବସିବ ବୈଠକ: ନିଷ୍କର୍ସ ନ ବାହାରିଲେ ୨୬ରେ ଟ୍ରାକ୍ଟର ପରେଡର ଚେତାବନୀ ଦେଲେ କୃଷକ ସଂଗଠନ

ସମସ୍ତ ସୀମାରେ ସୁରକ୍ଷା ବ୍ୟବସ୍ଥା କଡାକଡି

78

କନକ ବ୍ୟୁରୋ: ଆଜି ସରକାର ଓ କୃଷକ ସଙ୍ଗଠନ ମଧ୍ୟରେ ଅଷ୍ଟମ ପର୍ଯ୍ୟାୟ ବୈଠକ ବସିବ । ଚାଷୀ ନେତା ଓ ସରକାରଙ୍କ ମଧ୍ୟରେ ୭ଟି ପର୍ଯ୍ୟାୟରେ ଆଲୋଚନା ହୋଇଥିଲେ ମଧ୍ୟ ଏଯାଏଁ ସମାଧାନର ବାଟ ବାହାରି ନାହିଁ । ନୂଆ କୃଷି ଆଇନକୁ ପ୍ରତ୍ୟାହର ଓ ଏମଏସପିକୁ ନେଇ ଆନ୍ଦୋଳନ କରୁଛନ୍ତି ଚାଷୀ । ରାଜଧାନୀ ଦିଲ୍ଲୀରେ ୪୪ଦିନରେ ହେଲା ଆନ୍ଦୋଳନ କରୁଛନ୍ତି ଚାଷୀ । ଆଜିର ବୈଠକରୁ ନିଷ୍କର୍ସ ନ ବାହାରିଲେ ୨୬ ତାରିଖ ଦିନ ଟ୍ରାକ୍ଟର ପରେଡର ଚେତାବନୀ ଦେଇଛନ୍ତି କୃଷକ ସଂଗଠନ ।

ଆଉ ଏହାର ମଙ୍ଗ ଧରିବେ ମହିଳା । ୪ତାରିଖରେ ବସିଥିବା ସପ୍ତମ ପର୍ଯ୍ୟାୟ ବୈଠକରେ ମଧ୍ୟ ବୁଝାମଣା ହୋଇପାରିନଥିଲା । ନୂଆ କୃଷି ଆଇନକୁ ପ୍ରତ୍ୟାହାର ଦାବିରେ ଅଡି ରହିଛନ୍ତି । ଆଇନକୁ ପ୍ରତ୍ୟାହାର ନକରିବା ପର୍ଯ୍ୟନ୍ତ ଘରକୁ ଫେରିବେ ନାହିଁ ବୋଲି ଚାଷୀ ସଂଗଠନ କହିଛନ୍ତି । ନୂଆ କୃଷି ଆଇନକୁ ସମ୍ପୂର୍ଣ୍ଣ ପ୍ରତ୍ୟାହାର ଦାବିରେ ୪୪ ଦିନ ହେଲା ଆନ୍ଦୋଳନ ଚଳାଇଛନ୍ତି କୃଷକ । ଏମଏସପି ଗ୍ୟାରେଂଟି, କୃଷି ଆଇନ ପ୍ରତ୍ୟାହାର ସେମାନଙ୍କର ପ୍ରମୁଖ ଦାବି ରହିଛି ।

କିନ୍ତୁ ନୂଆ ଆଇନକୁ ଐତିହାସିକ କହିବା ସହ ଏହା କୃଷକଙ୍କ ପାଇଁ ଲାଭ ଦାୟକ ହେବ ବୋଲି କହି ଆସୁଛି କେନ୍ଦ୍ର ସରକାର । ତେବେ ଆନ୍ଦୋଳନ ପରେ କେନ୍ଦ୍ର ସରକାର କୃଷକଙ୍କ କେତେକ ପ୍ରସ୍ତାବରେ ରାଜି ହେବା ସହ ଲିଖିତ ପ୍ରତିଶ୍ରୁତି ଦେବାକୁ କହିଛି । କିନ୍ତୁ ଏହାକୁ ଗ୍ରହଣ କରୁ ନାହାଁନ୍ତି ଆନ୍ଦୋଳନକାରୀ କୃଷକ । ଦୁଇ ପକ୍ଷ ମଧ୍ୟରେ ଆଜି ଅଷ୍ଟମ ପର୍ଯ୍ୟାୟ ବୈଠକ ବସିବ ।