କାଳିଆ ଧାମରେ ‘କାଳିଆ’ ଯୋଜନାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ! ପ୍ରଥମ ପର୍ଯ୍ୟାୟରେ ୧୨ ଲକ୍ଷ ୪୫ ହଜାର ଚାଷୀଙ୍କୁ ମିଳିବ ଟଙ୍କା

551

କନକ ବ୍ୟୁରୋ : ପୁରୀ ମାଳତିପାଟପୁରରେ ବିଶାଳ ଚାଷୀ ସମାବେଶରେ କାଳିଆ ଯୋଜନାର ଆରମ୍ଭ  କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଉ ଏହାସହ ଆଜିଠାରୁ କାଳିଆ ଯୋଜନାରେ ପ୍ରାଥମିକ ପର୍ଯ୍ୟାୟରେ ଚୟନ ହୋଇଥିବା ଚାଷୀଙ୍କ ବ୍ୟାଙ୍କ ଖାତାକୁ ଆସିବ ଟଙ୍କା । ପ୍ରଥମ ପର୍ଯ୍ୟାୟରେ ୧୨ ଲକ୍ଷ ୪୫ ହଜାର ଚାଷୀ ଏହି ଯୋଜନାରେ ଟଙ୍କା ପାଇବେ । ଆଜି ଠାରୁ ରାଜ୍ୟର ବିଭିନ୍ନ ପଞ୍ଚାୟତ କାର୍ଯ୍ୟାଳୟ ଗୁଡିକରେ ଏହି ଯୋଜନାରେ ଚୟନ ହୋଇଥିବା ଚାଷୀଙ୍କ ତାଲିକା ପ୍ରକାଶ ପାଇବ ।

ପ୍ରଥମ ପର୍ଯ୍ୟାୟରେ ଯୋଗ୍ୟ ବିବେଚିତ ହୋଇଥିବା ଭୂମିହୀନ, କ୍ଷୁଦ୍ର ଏବଂ ନାମମାତ୍ର ଚାଷୀଙ୍କୁ ‘କାଳିଆ’ ଯୋଜନାରେ ଡିବିଟି ମାଧ୍ୟମରେ ଟଙ୍କା ଲେଖାଏଁ ଦିଆଯିବ ।
– ପ୍ରଥମ ପର୍ଯ୍ୟାୟରେ ୧୨ ଲକ୍ଷ ୪୫ ହଜାର ୪୯୦ ଜଣ ଚାଷୀଙ୍କ ଖାତାକୁ ଟଙ୍କା ଯିବ
– ଡିବିଟି ମାଧ୍ୟରେ ଚାଷୀଙ୍କ ଖାତାକୁ ସିଧାସଳଖ ୫ ହଜାର ଟଙ୍କା ଲେଖାଏଁ ପହଂଚିବ
– ଯୋଗ୍ୟ ହିତାଧିକାରୀଙ୍କ ତାଲିକା ପ୍ରତି ପଂଚାୟତ କାର୍ଯ୍ୟାଳୟରେ ପ୍ରକାଶ ପାଇବ
-ପଂଚାୟତକୁ ଯାଇ ଚାଷୀ ତାଲିକା ଦେଖିପାରିବେ, ଅବଶ୍ୟକସ୍ଥଳେ ଅଭିଯୋଗ କରିପାରିବେ
– ପ୍ରଥମ ପର୍ଯ୍ୟାୟରେ ପ୍ରାୟ ୬୫ ଲକ୍ଷ ଚାଷୀ କାଳିଆ ଯୋଜନାରେ ଆବେଦନ କରିଛନ୍ତି
– ଆବେଦନ ସଂପୂର୍ଣ୍ଣ ନଥିବାରୁ ପ୍ରଥମ ପର୍ଯ୍ୟାୟରେ ଅନେକ ଚାଷୀ ତାଲିକାରୁ ବାଦ ପଡ଼ିଛନ୍ତି
– ଏହି ଚାଷୀମାନେ ସଂପୂର୍ଣ୍ଣ ତଥ୍ୟ ସହ ଦ୍ୱିତୀୟ ପର୍ଯ୍ୟାୟରେ ଆବେଦନ କରିପାରିବେ

ଚାଷୀଙ୍କ ଋଣ ଛାଡ ଯୋଜନାରେ ଓଡ଼ିଶା ସରକାର ସାମିଲ ନହୋଇ କାଳିଆ ଯୋଜନାରେ ଚାଷୀଙ୍କୁ ଆର୍ଥିକ ପ୍ରୋତ୍ସାହନ ଯୋଗାଇ ଦେବା ଲକ୍ଷ୍ୟରେ ଏହି ଯୋଜନା ଆରମ୍ଭ କରିଛନ୍ତି ରାଜ୍ୟ ସରକାର । ଏହାଦ୍ୱାରା ରାଜ୍ୟର ୬୨ ଲକ୍ଷ ଚାଷୀଙ୍କୁ ମିଳିବ ଫାଇଦା ।