କନକ ବ୍ୟୁରୋ : କେନାଲ ହେବାର ପୁରିଲାଣି ୧୭ ବର୍ଷ । ହେଲେ ଆସୁନି ଟୋପାଏ ପାଣି । ଯାହାଫଳରେ ହଜାର ହାଜର ଚାଷୀ ନିରାଶ ହୋଇପଡିଛନ୍ତି । କଣାସ ବ୍ଳକ ଗଡପୁଟ ମୌଜାରୁ ନେଇ ଅନେକ ସ୍ଥାନରେ ଚାଷରେ ଜଳ ଯୋଗାଣ ପାଇଁ କେନାଲ ନିର୍ମାଣ କରାଯାଇଛି । ପ୍ରାୟ ୬କିଲୋମିଟର ପର୍ଯ୍ୟନ୍ତ ଏହି କେନାଲ କରାଯାଇଛି । ହେଲେ ୧୭ ବର୍ଷ ହୋଇଯାଇଥିଲେ ବି ଏହି କେନାଲରୁ ଟୋପାଏ ବି ପାଣି ଲୋକଙ୍କୁ ମିଳିପାରୁନି । ପାଣି ପାଇଁ ଚାଷୀ ଚାହିଁବସିଥିବା ବେଳେ ଚାଷ ଜମି ଜଙ୍ଗଲ ପାଲଟିଗଲାଣି । କେବଳ ଧାନ ଚାଷ ନୁହେଁ ବିଭିନ୍ନ ପନିପରିବା ଚାଷ ପାଇଁ ପାଣି ଅଭାବ ରହିଛି । ଯାହାଫଳରେ ଅନେକ କ୍ଷତି ସହୁଛି ଚାଷୀକୂଳ । ସମସ୍ୟା ନେଇ ଜଳସେଚନ ବିଭଗକୁ ବହୁବାର ଜଣାଯାଇଛି । ହେଲେ ଏପର୍ଯ୍ୟନ୍ତ ଏହି ସମସ୍ୟାର ସମାଧାନ ହୋଇପାରିନି । ଯାହାକୁ ନେଇ ଚାଷୀ କ୍ଷତିରେ ପଡିବା ସହ ଅସନ୍ତାଷ ପ୍ରକାଶ କରିଛନ୍ତି ।
କେନାଲରୁ ପାଣି ମିଳୁନି । ଏନେଇ ବାରମ୍ବାର ଅଭିଯୋଗ ହୋଇଚାଲିଛି । ସେପଟେଦୀର୍ଘ ୧୭ ବର୍ଷ ହେଲା େକେନାଲ ହୋଇଛି ସତ ଏବେ ସୁଦ୍ଧା କେନାଲ କାମ ସମ୍ପୁର୍ଣ୍ଣ ହୋଇନଥିବାରୁ କେନାଲରେ ପାଣି ଛଡାଯାଇପାରୁନି । ସମ୍ପୁର୍ଣ୍ଣର୍ ଚେଷ୍ଟା ଚାଲିଛି । କିଛି ଦିନ ମଧ୍ୟରେ କାମ ସରିଗଲେ ଚାଷୀମାନଙ୍କ ସୁବିଧା ପାଇଁ ପାଣିଛଡାଯିବ ବୋଲି ଜଳସେଚନ ବିଭାଗ ପକ୍ଷରୁ କୁହାଯାଇଛି । ହେଲେ କାମ ସମ୍ପୁର୍ଣ୍ଣ ହୋଇନଥିବା ବେଳ ପ୍ରତିବର୍ଷ କେନାଲ କାହିଁ କି ସଫା କରାଯାଉଛି ବୋଲି ପାଲଟା ପ୍ରଶ୍ନ କରିଛନ୍ତି ଚାଷୀକୁଳ ।
କେନାଲ ପାଇଁ ହଜାର ହଜାର ଚାଷୀ ଅପେକ୍ଷା କରିଥିବା ବେଳେ ଚାଷ ଜମି ପଡିଆ ପଡିଲାଣି । ଏଥିପ୍ରତି ଗୁରୁତ୍ୱ ଦିଆଯାଇ ଖୁବଶୀଘ୍ର କେନାଲ କାମ ସମ୍ପ୍ରୁ୍ଣ୍ଣ କରାଯାଇପାରିଲେ ଚାଷୀ ମାନେ ଉପକୃତ ହୋଇପାରିବେ ।