ସରକାରଙ୍କୁ ଜମି ଦେଇ ଦହଗଂଜ ଚାଷୀ । ମଣ୍ଡିରେ ଧାନ ବିକ୍ରି କରିପାରୁନାହାନ୍ତି ସମ୍ବଲପୁର ଧନକଉଡା ବସନ୍ତପୁର ପଂଚାୟତ ୮ଟି ଗାଁର ଚାଷୀ

48

କନକ ବ୍ୟୁରୋ : ଧାନ ବିକ୍ରି କରି ପାରୁନାହାନ୍ତି ୮ଟି ଗାଁର ଚାଷୀ । ସରକାରଙ୍କୁ ଜମି ଦେଇ ଦହଗଂଜ ହେଉଛନ୍ତି ଚାଷୀ ମାନେ । । ଯେଉଁ କାମ ପାଇଁ ଜମି ଦେଇଥିଲେ ତାହା ହୋଇପାରିଲାନି । କିନ୍ତୁ ନିଜର ଯେଉଁ କିଛି ଚାଷ କରୁଥିଲେ ଅମଳ ଧାନ ବିକ୍ରି କରି ନପାରି ଦଲାଲ ହାତକୁ ଟେକି ଦେଉଛନ୍ତି । ସମ୍ବଲପୁର ଜିଲ୍ଲା ଧନକଉଡା ବସନ୍ତପୁର ପଂଚାୟତର ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଛି । । ଚିପିଲିମା ଜଳବିଦ୍ୟୁତ୍ କେନ୍ଦ୍ର ପାଇଁ ୮ଟି ଗାଁର ଜମି ଅଧିଗ୍ରହଣ ହୋଇଥିଲା । ହେଲେ ସେହିଜମିର ଆଉ ଆବଶ୍ୟକତା ପଡିନଥିବାରୁ ଜମି ଆଉ ଫେରାଇନଥିଲେ ହେଲେ ବଂଶାନୁକ୍ରମିକ ଭାବରେ ଚାଷ କରି ଆସୁଥିବାରୁ ୪୦ ବର୍ଷ ପାଇଁ ଚାଷୀମାନେ ସରକାରଙ୍କଠାରୁ ଲିଜ ନେଇଥିଲେ । ସରକାର ତାଙ୍କର ଧାନ ମଧ୍ୟ କିଣୁଥିଲେ । ହେଲେ ଲିଜ୍ ବାତିଲ କରିବା ସହ ଚାଷୀଙ୍କୁ ଜବରଦଖଲକାରୀ ଦର୍ଶାଇ ଆଉ ଧାନ କିଣୁ ନାହାନ୍ତି । ଫଳରେ ପାଖାପାଖି ୨୦ ହଜାର କ୍ୱିଣ୍ଟାଲ ଧାନ ଅଣ୍ଡରରେଟରେ ଦଲାଲ ହାତକୁ ଟେକି ଦେଉଛନ୍ତି ଚାଷୀ ।

ସରକାର ଚାଷୀଙ୍କ ଠାରଉ ଜମି ନେଇ ଫେରାଇନାହାନ୍ତି କି ଚାଷୀଙ୍କୁ ସେମାନଙ୍କ ହକ୍ ମଧ୍ୟ ଦେଉନାହାନ୍ତି । ସମସ୍ୟା ନେଇ ବାରବାର ଅଭିଯୋଗ ହୋଇଥିଲେ ବି କୌଣସି ପ୍ରକାର ସମାଧାନ ହୋଇପାରିନି । ଯାହାଫଳରେ କମ୍ ଦରରେ ଧାନ ବିକ୍ରି କରି କ୍ଷତିରେ ପଡୁଛନ୍ତି ଚାଷୀ ।

ନା ପାଖରେ ଜମି ଅଛି ନା ଫସଲ ଅମଳ କରି ଉଚିତ ପ୍ରାପ୍ୟ ମିଳୁଛି । ଅଭାବ ଅସୁବିଧା ଭିତରେ ରହୁଥିବା ୮ଟି ଗାଁର ଏହି ଚାଷୀଙ୍କ ସମସ୍ୟା ପ୍ରତି ଗୁରୁତ୍ୱ ଦିଆଯିବା ଜରୁରୀ ହୋଇପଡିଛି ।