ଏମିତି ଦୁଃଖ କାହାକୁ ନ ମିଳୁ । ଚାଷୀ ଆତ୍ମହତ୍ୟାକୁ ନେଇ ସ୍କୁଲରେ କବିତା ଶୁଣାଉଥିଲେ ପୁଅ । ଘରେ ପହଞ୍ଚିବା ବେଳକୁ ଆତ୍ମହତ୍ୟା କରିସାରିଥିଲେ ବାପା ।

Advertisment
ଏମିତି ଦୁଃଖ କାହାକୁ ନ ମିଳୁ । ଚାଷୀ ଆତ୍ମହତ୍ୟାକୁ ନେଇ ସ୍କୁଲରେ କବିତା ଶୁଣାଉଥିଲେ ପୁଅ । ଘରେ ପହଞ୍ଚିବା ବେଳକୁ ଆତ୍ମହତ୍ୟା କରିସାରିଥିଲେ ବାପା ।

ମହାରାଷ୍ଟ୍ରରେ ଫେବ୍ରୁଆରି ୨୭ରେ ମରାଠୀ ରାଜଭାଷା ଦିବସ ଥିଲା। ଏହି ଅବସରରେ ଅହମ୍ମଦନଗର ଜିଲ୍ଲାର ଭାରଜଓ୍ଵାଡ଼ି ଗ୍ରାମର ,କ ସ୍କୁଲରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ତୃତୀୟ ଶ୍ରେଣୀରେ ପାଠପଢ଼ୁଥିବା ଆଠବର୍ଷର ଛାତ୍ର ପ୍ରଶାନ୍ତ ସ୍ୱରଚିତ କବିତା ପାଠ କରିଥିଲା। ଏହି କବିତାର ଶୀର୍ଷକ ଥିଲା, ‘ଏ ଚାଷୀ ରାଜା ତୁ ଆତ୍ମହତ୍ୟା କର ନାହିଁ’।

ପ୍ରଶାନ୍ତଙ୍କୁ କ’ଣ ବା ଜଣା ଥିଲା କି ସେ ଚାଷୀମାନଙ୍କୁ ଆତ୍ମହତ୍ୟା ନକରିବା ପାଇଁ କବିତା ମାଧ୍ୟମରେ ବାର୍ତ୍ତା ଦେଇ ଯେତେବେଳେ ଶ୍ରୋତାଙ୍କ ଠାରୁ ପ୍ରଶଂସା ସାଉଁଟୁଥିଲେ, ଠିକ୍‌ ସେହି ସମୟରେ ତାର ପିତା ମଲ୍ଲାହରି ପଟୁଲେ ଆତ୍ମହତ୍ୟା କରିବା ପାଇଁ ନିର୍ଣ୍ଣୟ ନେବେ?

ପ୍ରଶାନ୍ତ ସ୍କୁଲରେ ଏହି କବିତା ଶୁଣାଇ ଶିକ୍ଷକ ଓ ଅଭିଭାବକଙ୍କ ଠାରୁ ପ୍ରଶଂସା ସାଉଁଟି ବାପାଙ୍କୁ ଏହି ଖୁସି ଜଣାଇବା ପାଇଁ ଘରେ ପହଞ୍ଚିଲା ବେଳକୁ ବାପା ଘରେ ନ ଥିଲେ। ଏହାପରେ ସେ ସାଙ୍ଗମାନଙ୍କ ସହ ଖେଳିବାକୁ ବାହାରକୁ ଚାଲି ଯାଇଥିଲା। ଖେଳି ସାରି ଘରକୁ ଫେରିବା ପରେ ଘର ସାମ୍ନାରେ ଭିଡ଼ ଜମା ହୋଇଥିବା ଦେଖିବାକୁ ପାଇଥିଲା ପ୍ରଶାନ୍ତ।

‘ଏ ଚାଷୀ ରାଜା ତୁ ଆତ୍ମହତ୍ୟା କର ନାହିଁ’ ବୋଲି ଶୀର୍ଷକ ଥିବା କବିତା ସ୍କୁଲରେ ଶୁଣାଇ ଆସିଥିବା ପ୍ରଶାନ୍ତ ଯେତେବେଳେ ଜାଣିଲା ତାର ପିତା ବିଷ ପିଇ ଆତ୍ମହତ୍ୟା କରିଛନ୍ତି ସେ ସ୍ଥାଣୁ ପାଲଟି ଯାଇଥିଲା। ଛୋଟ ପିଲାଟିଏ ପ୍ରଶାନ୍ତ, କିଛି ବୁଝିବିଚାରିବା ପାଇଁ ତାର ବୟସ ହୋଇ ନାହିଁ, ଏହା ସତ୍ତ୍ୱେ ବାପାର ସାହାରା ଯେ ତାର ମୁଣ୍ଡ ଉପରୁ ଉଠି ସାରିଥିଲା ତାହା ସେ ବୁଝି ନେଇଥିଲା।
ପ୍ରଶାନ୍ତର ଜଣେ ସମ୍ପର୍କୀୟଙ୍କ କହିବାନୁସାରେ, ବୋଧହୁଏ ପ୍ରଶାନ୍ତ ବାପାଙ୍କ ଚିନ୍ତା ଓ ଅସୁବିଧାକୁ ଦେଖି ଚାଷୀ ଆତ୍ମହତ୍ୟା ନେଇ ଏହି ସୁନ୍ଦର କବିତାଟିଏ ଲେଖିଥିଲା।

ମଲ୍ଲାହରି ପଟୁଲେଙ୍କ ୭୦ବର୍ଷ ବୃଦ୍ଧ ପିତା କହନ୍ତି, ପୁଅ ଝିଅ ବାହାଘର ପାଇଁ ସମ୍ପର୍କୀୟଙ୍କ ଠାରୁ ଋଣ ଆଣିଥିଲା। ତାହାକୁ ସେ ସୁଝିପାରୁ ନଥିବାରୁ ଅନେକ ସମୟରେ ଚିନ୍ତାରେ ରହୁଥିଲା।
ପ୍ରଶାନ୍ତ ଅତି କୋମଳ ସ୍ୱରରେ ଚାଷୀ ଆତ୍ମହତ୍ୟାକୁ ନେଇ ଶୁଣାଇଥିବା କବିତା ଟି ହେଉଛି

‘मेहनत करके बावजूद भी तेरे पीछे परेशानी का पहाड़,

ए किसान राजा तू मत करना आत्महत्या.

तेरे पास पैसे नहीं होते फिर भी तेरे बच्चों को स्कूल भेजता है तू,

कड़ी धूप में खून पसीना एक कर तू करता है खेती,

अरे किसान राजा तू मत करना आत्महत्या.

फसल आने के बाद भी नहीं मिलते तुझे वाजिब दाम,

खेत में काम कर तेरे हाथ में पड़ते हैं छाले,

अरे किसान राजा तू मत करना आत्महत्या.’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe