କନକ ବ୍ୟୁରୋ: ଶୀତ ଋତୁ, ଫୁଲକୋବି ଅମଳର ସମୟ । ଏବେ ବଜାରରେ ଫୁଲ କୋବି ୨୦ ଟଙ୍କାରେ ବିକ୍ରି ହେଉଛି । ହେଲେ ଏଥର ଗଞ୍ଜାମ ଜିଲ୍ଲାରେ ପ୍ରଚୁର ଫୁଲକୋବି ହୋଇଛି । ସ୍ଥିତି ଏମିତି ହୋଇଛି ଯେ, କିଲୋ ପିଛା ମାତ୍ର ୨ ଟଙ୍କାରେ ବିକ୍ରି କରିବାକୁ ବାଧ୍ୟ ହେଉଛନ୍ତି ଚାଷୀ । ବେପାରୀମାନେ କିଲୋପ୍ରତି ୨ଟଙ୍କାରେ କୋବି କିଣି ନେଉଛନ୍ତି । କ୍ଷେତରେ ସତେଜ ଫୁଲକୋବି ସଢୁଥିବା ବେଳେ ତାକୁ କାଟି ବିକ୍ରି କରିବା ପାଇଁ ମଧ୍ୟ ଚାଷୀ ପାଖରେ ସମ୍ବଳ ନାହିଁ । ଫୁଲକୋବି ଦର ଠାରୁ କାଟିବା ଦର ଅଧିକ ହୋଇଯାଇଥିବାରୁ ବହୁ ଚାଷୀ ଏବେ ହତାଶ । କିଛି ଦିନ ତଳେ ଚାଷୀ କିଲୋ ପ୍ରତି ୧୦ ଟଙ୍କାରେ ବିକ୍ରି କରୁଥିଲେ । ଏବେ ୨ ଟଙ୍କାରେ ମଧ୍ୟ ନେବା ପାଇଁ ବେପାରୀ ଅମଙ୍ଗ ହେଉଥିବା କହିଛନ୍ତି ଚାଷୀ ।
କୋବି ଚାଷୀଙ୍କ ଦୁଃଖ । ଏଥର ଗଞ୍ଜାମ ଜିଲ୍ଲାରେ ହୋଇଛି ଭଲ ଫୁଲକୋବି ଚାଷ ହେଲେ କିଲୋ ପିଛା ମାତ୍ର ୨ ଟଙ୍କା । ଖର୍ଚ୍ଚ ଦର ବି ମିଳୁନି ।
/kanak/media/post_attachments/wp-content/uploads/2024/01/14-28.jpg)