ବର୍ଷାରେ ଅଘଟଣ: କ୍ଷେତକୁ ଗଲାବେଳେ ନାଳରେ ଭାସିଗଲେ ଚାଷୀ

185

କନକ ବ୍ୟୁରୋ: ନାଳ ପାଣିର ସୁଅରେ ଭାସିଯିବାରୁ ଚାଷୀର ମୃତ୍ୟୁ । ମୃତ ଚାଷୀ ଖୋର୍ଦ୍ଧା ଜିଲ୍ଲା ଟାଙ୍ଗି ବ୍ଲକ ନୂଆଗଡ ପଂଚାୟତର ମୋରମର ସିଂ ଗାଁର କମ୍ବେଶ୍ୱର ପାଟ୍ଟଶାଣୀ । ପ୍ରବଳ ବର୍ଷା ପାଇଁ ପନ୍ଦର ମାଣ ନାଳରେ ପାଣି ଫୁଲି ହୋଇ ରହିଛି । ଏହି ସମୟରେ ୨୯ ବର୍ଷୀୟ କମ୍ବେଶ୍ୱର ଚାଷ ଜମିକୁ ଯାଉଥିଲେ । ହେଲେ ପାଣିର ସୁଅରେ ସେ ଭାସି ଯାଇଥିଲେ । ନାଳ ପାଖରେ ଉପସ୍ଥିତ ଥିବା କିଛି ଲୋକ କମ୍ବେଶ୍ୱରଙ୍କୁ ଯାଇ ଉଦ୍ଧାର କରିଥିଲେ ।

ସେପଟେ ପ୍ରବଳ ବର୍ଷା ଯୋଗୁଁ କେନ୍ଦ୍ରାପଡ଼ାରେ କାନ୍ଥ ଭୁଷୁଡ଼ି ୨ ଜଣଙ୍କର ମୃତ୍ୟୁ ହୋଇଛି । ପାଟକୁରା ଥାନା ଅନ୍ତର୍ଗତ ବଡ଼ ବେତରା ଗାଁରେ ଅଘଟଣ ଘଟିଛି । ଲଗାଣ ବର୍ଷା ଯୋଗୁଁ ମାଟି କାନ୍ଥ ପଡ଼ି ଅଭୟ ମହାପାତ୍ର ନାମକ ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଛି । ଗତକାଲି ବିଳମ୍ବିତି ରାତିରେ ବୃଦ୍ଧ ଜଣଙ୍କ ଶୋଇଥିବା ଅବସ୍ଥାରେ ଏଭଳି ଘଟଣା ଘଟିଛି । ସେହିପରି ଡ଼େରାବିଶ ଗାଁ ଡ଼ିହସାହିରେ କାନ୍ଥ ପଡ଼ି ଜଣେ ବୃଦ୍ଧଙ୍କର ମୃତ୍ୟୁ ହୋଇଛି । ୬୦ ବର୍ଷି ବୃଦ୍ଧ ନର୍ମଦା ପୃଷ୍ଟିଙ୍କର ମୃତ୍ୟୁ ହୋଇଛି ।