କନକ ବ୍ୟୁରୋ: ସାର ପାଇଁ ଚାଷୀଙ୍କ ନାହିଁ ନଥିବା ଭିଡ । ପ୍ରବଳ ଭିଡ଼ ରେ ରହିଲାନି କୋଭିଦ୍ କଟକଣା । ନା ଅଛି ସାମାଜିକ ଦୂରତା ନା ଅଛି କାହା ମୁହଁ ରେ ମସ୍କ । ଏପରି ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ଝରିଗାଁ ରେ ।
ସାର ପାଇଁ ଝରିଗାଁ ଅଂଚଳର ଚାଷୀଙ୍କ ଭିଡ଼ ଜମିଛି । ସୂଚନା ଅନୁସାରେ, ଝରିଗାଁ ଲ୍ୟାମ୍ପସକୁ ୧୬ଶହ ବସ୍ତା ୟୁରିଆ ସାର ଆସିଥିଲା । ସମସ୍ତଙ୍କୁ ଗୋଟିଏ ଗୋଟିଏ ବସ୍ତା ସାର ଦେବା ପାଇଁ କ୍ୟାମ୍ପସ ଅଧିକାରୀ ପ୍ରତିଶ୍ରୁତି ଦେଇଥିଲେ । ସବୁ ସୁରୁଖୁରୁରେ ଚାଲିଥିବା ସମୟରେ କିଛି ବ୍ୟକ୍ତି ଦସ୍ୱବ ବସ୍ତା ଲେଖାଏଁ ସାର ଦେବାକୁ ଦାବି କରିଥିଲେ । ସାର କମ ଥିବାରୁ ୨ ବସ୍ତା ଦେଇ ହେବ ନାହିଁ ବୋଲି ଅଧିକାରୀ କହିବାରୁ କିଛି ଲୋକେ ତାତି ଉଠିଥିଲେ । ଅଫିସ ଭିତରେ ଟେବୁଲ ଚେୟାର ଫିଙ୍ଗା ଫୋପଡା କରିଥିଲେ ।
ସାର ପାଇଁ ସଂଘର୍ଷ ଚାଲିଥିବା ବେଳେ ଝରିଗାଁ ତହସିଲଦାର କହିଛନ୍ତି, ଝରିଗାଁକୁ ୧୬ଶହ ପ୍ୟାକେଟ ସାର ଆସିଛି । ଆଗକୁ ଆହୁରି ଅଧିକ ସାର, ଆସିବ ଏବଂ ଚାଷୀଙ୍କୁ ଯୋଗାଇ ଦିଆଯିବ ।
ଚାଷ ଆରମ୍ଭରୁ ସାର ଅଭାବକୁ ନେଇ ବାରମ୍ବାର ଚାଷୀ ରାସ୍ତାକୁ ଓହ୍ଲାଇଛନ୍ତି । ରାସ୍ତାରୋକ କରିଛନ୍ତି । ଆଉ ଏହାରି ଭିତରେ ଝରିଗାଁ ଲ୍ୟାମ୍ପ୍ସ ଭାତିରେ ପରିସ୍ଥିତି ଅଣାୟତ ହେବାରୁ ପୁଲିସ ଫୋର୍ସ ସହ ଘଟଣାସ୍ଥଲରେ ପହଂଚିଥିଲେ ଉମରକୋଟ ଏସଡିପିଓ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/27/2025-12-27t123421491z-506359015_3114607832035873_6253119802954867050_n-2025-12-27-18-04-21.jpg)
/kanak/media/post_attachments/wp-content/uploads/2021/08/4-26.jpg)