ଉଗ୍ରରୂପ ନେଉଛି ଚାଷୀ ଆନ୍ଦୋଳନ । ହରିଆଣା ମନ୍ତ୍ରୀଙ୍କ ପାଇଁ ପ୍ରସ୍ତୁତ ହୋଇଥିବା ହେଲିପ୍ୟାଡ ଖୋଳି କଲେ ଶକ୍ତି ପ୍ରଦର୍ଶନ

Advertisment
ଉଗ୍ରରୂପ ନେଉଛି ଚାଷୀ ଆନ୍ଦୋଳନ । ହରିଆଣା ମନ୍ତ୍ରୀଙ୍କ ପାଇଁ ପ୍ରସ୍ତୁତ ହୋଇଥିବା ହେଲିପ୍ୟାଡ ଖୋଳି କଲେ ଶକ୍ତି ପ୍ରଦର୍ଶନ

କନକ ବ୍ୟୁରୋ : ଆଜିକୁ ପୁରା ଗୋଟିଏ ମାସ ପୁରିଗଲା । ବିଯୁକ୍ତ ତାପମାତ୍ରା, ଖୋଲା ଆକାଶ, ତଳେ ଜୀବନ ବିତାଉଛନ୍ତି ଲକ୍ଷ ଲକ୍ଷ ଅର୍ଣ୍ଣଦାତା । ନିଜର ଅଧିକାର, କୃଷକ ମାନଙ୍କର ସ୍ୱାର୍ଥ ଓ ଦେଶହିତରେ ସରକାର ପାରିତ କରିଥିବା ୩ କଳା ଆଇନକୁ ସମ୍ପୁର୍ଣ୍ଣ ପ୍ରତ୍ୟାହାର କରିବାକୁ ସେମାନେ ଏବେ ବି ଜିଦ୍ ରେ ଅଟଳ । ହେଲେ ସରକାର କୃଷକ ମାନଙ୍କ ସହିତ ଖେଳୁଛନ୍ତି ଲୁଚକାଳି । କେବେ ଆଲୋଚନାକୁ ଡାକୁଛନ୍ତି ତ କେବେ ଚିଠି ପଠାଉଛନ୍ତି । ହେଲେ ଏହା କୃଷକ ମାନଙ୍କ ଦ୍ୱାରା ଗ୍ରହଣୀୟ ହୋଇପାରୁ ନାହିଁ । କୃଷକଙ୍କର ଗୋଟିଏ ଜିଦ୍ ସଂଶୋଧନ ନୁହେଁ ଆଇନର ସମ୍ପୁର୍ଣ୍ଣ ପ୍ରତ୍ୟାହାର କରାଯାଉ ।

ଏହାରି ମଧ୍ୟରେ ଏନଡିଏ ସରକାରର ଅନେକ ନେତା ମନ୍ତ୍ରୀ କୃଷକ ମାନଙ୍କୁ ଅର୍ବାନ ନକ୍ସଲ, ଦେଶଦ୍ରୋହୀ, ଟୁକଡେ ଟୁକଡେ ଗ୍ୟାଙ୍ଗ, ଖଲିସ୍ତାନୀ ବୋଲି କହୁଥିବା ବେଳେ ଏହା ଉପରେ କୃଷକ ନେତା ମାନେ କିଛି ପ୍ରତିକ୍ରିୟା ଦେବା ପରିବର୍ତ୍ତେ ଆଜି ଏକ କାମରେ କରି ଦେଖାଇଛନ୍ତି ।
କୃଷି କାନୁନକୁ ନେଇ ହରିଆଣା ସରକାରରେ ଉପମୁଖ୍ୟମନ୍ତ୍ରୀ ଥିବା ଦୁଷ୍ମନ୍ତ ଚୌତାଲା ଆରମ୍ଭରୁ କୃଷକ ମାନଙ୍କ ପାଇଁ ହରିଆଣା ମୁଖ୍ୟମନ୍ତ୍ରୀ ମନୋହରଲାଲ୍ ଖଟ୍ଟର ଓ ପରେ କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ରସିଂ ତୋମାରଙ୍କ ସହ ଆଲୋଚନା କରିଥିଲେ । ହେଲେ ଏବେ ସେ ସମ୍ପୁର୍ଣ୍ଣ ଚୁପ୍ ରହିଥିବା ବେଳେ ହରିଆଣାର କୃଷକ ମାନେ ଆଜି ସିଧା ସଳଖ ଦୁଷ୍ମନ୍ତଙ୍କୁ ଟାର୍ଗେଟ୍ କରିଛନ୍ତି । ଉପମୁଖ୍ୟମନ୍ତ୍ରୀ ଦୁଷ୍ମନ୍ତ ଚୌତାଲାଙ୍କ ପାଇଁ ନିର୍ମାଣ କରାଯାଇଥିବା ହେଲି ପ୍ୟାଡକୁ କୃଷକ ମାନେ ଆଜି ଖୋଳି ଦେଇଛନ୍ତି । ଏହାସହ ଦୁଷ୍ମନ୍ତ ଚୌତାଲା ଗୋ ବ୍ୟାକ୍ ବୋଲି ନାରା ଲଗାଇଥିଲେ । କହିରଖୁ କି ଆଜି ଉକ୍ତ ହେଲିପ୍ୟାଡରେ ଦୁଷ୍ମନ୍ତ ଚୌତାଲା ଉହ୍ଲାଇବାର ଥିଲା । ହେଲେ କୃଷକ ମାନଙ୍କର ବିରୋଧକୁ ନଜରରେ ରଖି ଚୌତାଲାଙ୍କ କାର୍ଯ୍ୟକ୍ରମ ବାତିଲ କରାଯାଇଛି । କୃଷକ ମାନେ କହିଥିଲେ କି ଯେପର୍ଯ୍ୟନ୍ତ ଦୁଷ୍ମନ୍ତ ଚୌତାଲା ଖୋଲା ଖୋଲି ଭାବେ କୃଷକ ଆନ୍ଦୋଳନକୁ ସମର୍ଥନ ନକରିଛନ୍ତି ସେ ପର୍ଯ୍ୟନ୍ତ ତାଙ୍କୁ କୌଣସି ସ୍ଥାନରେ ସଭା କରିବାକୁ ଦିଆଯିବ ନାହିଁ ।

କହିରଖୁ କି ମଙ୍ଗଳବାର ଦିନ ଆମ୍ବଲା ଠାରେ ମୁଖ୍ୟମନ୍ତ୍ରୀ ମନୋହରଲାଲ୍ ଖଟ୍ଟରଙ୍କ ରାଲି ବେଳେ କୃଷକ ମାନେ ଭିଷଣ ବିରୋଧ କରିଥିଲେ । ଏହାସହ ଖଟ୍ଟରଙ୍କ ଗାଡି ଉପରକୁ ବି ଲାଠି ଫୋପାଡି ଥିବା ଦେଖିବାକୁ ମିଳିଥିଲା । ଏହାକୁ ନେଇ ଆଜି ହରିଆଣା ପୋଲିସ ପକ୍ଷରୁ ୧୩ ଜଣ କୃଷକଙ୍କ ନାମରେ ହତ୍ୟା ଉଦ୍ୟମ ଅଭିଯୋଗ କରି ମାମଲା ରୁଜୁ କରାଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe