ହାତୀ ଆକ୍ରମଣରେ ଚାଲିଗଲା ଜଣେ ଚାଷୀଙ୍କ ଜୀବନ । ଆତଙ୍କିତ ଅବସ୍ଥାରେ ଗାଁ ଲୋକେ

214

କନକ ବ୍ୟୁରୋ : ହାତୀ ଆକ୍ରମଣରେ ଚାଷୀଙ୍କ ମୃତ୍ୟୁ । ଗଞ୍ଜାମ ଭଞ୍ଜନଗର ଅଂଚଳରେ ଏଭଳି ଅଭାବନୀୟ ଘଟଣା ଘଟିଛି । ଭଞ୍ଜନଗର ଉତର ଘୁମୁସର ବନଖଣ୍ଡ ମୁଜାଗଡ଼ ରେଞ୍ଜର ଗୁଣ୍ଡରିବାଡି ନିକଟରେ ହାତୀ ଆକ୍ରମଣ କରିଛି । ଆକ୍ରମଣରେ ଚାଷୀ ଟୁନା ଗୌଡଙ୍କ ମୃତ୍ୟୁ ହୋଇଛି । ଗତ କାଲି ରାତି ୮ ଟା ସମୟରେ ୧୭ ଟିକିଆ ହାତୀ ପଲ ଗତକାଲି ରାତି ଖାଦ୍ୟ ଅନ୍ୱେଷଣରେ ଗାଁ ଆଡକୁ ଆସିଥିଲେ ।

ଏହି ସମୟରେ ଧାନ କ୍ଷେତ ଜଗିବା ପାଇଁ ଟୁନାଙ୍କ ସହ ଅନ୍ୟ କିଛି ଚାଷୀ କ୍ଷେତକୁ ଯାଇଥିଲେ । ଫଳରେ ଦନ୍ତାହାତୀ ଆକ୍ରମଣର ଶିକାର ହୋଇଥିଲେ ଟୁନା । ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ହେେଇଛି । ବାରମ୍ବାର ହାତୀ ପଲ ଗାଁ ମୁହାଁ ହେଉଥିବାରୁ ଚାଷୀଙ୍କୁ ଫସଲ ଚିନ୍ତା ଘାରିଛି । ଘଟଣା ସ୍ଥଳରେ ଚାପ ଉତେଜନା ଲାଗିରହିଥିବା ବେଳେ ବନ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।