କନକ ବ୍ୟୁରୋ : ସମ୍ବଲପୁରର ଚାଷୀ କୈବଲ୍ୟ ରୋହିଦାସଙ୍କ ଆତ୍ମହତ୍ୟା ପ୍ରସଙ୍ଗରେ ସରକାରଙ୍କୁ ଟାର୍ଗେଟ କରିଛି ବିଜେପି । ସେ ୭ ଏକର ବିଲରେ ଧାନ ଚାଷ କରିଥିଲେ । ୪୫ କୁଇଂଟାଲ ଧାନ ବିକ୍ରି କରିଥିବାବେଳେ ତାଙ୍କର ଟୋକନ ଲ୍ୟାପ୍ସ ହୋଇଗଲା ଏବଂ ବଳକା ଧାନ ସେ ବିକିପାରିଲେ ନାହିଁ । ୨ ଲକ୍ଷ ଟଙ୍କା ରୁଣ କରିଥିବାବେଳେ କିପରି ଶୁଝିବେ ସେନେଇ ଚିନ୍ତାରେ ଥିଲେ ବୋଲି କହିଛି ବିଜେପି ।

Advertisment

ସରକାରଙ୍କ ବିଫଳତା ଯୋଗୁଁ ଜଣେ ଚାଷୀଙ୍କ ଟୋକନ ଲ୍ୟାପ୍ସ କରିଗଲା ବୋଲି ଅଭିଯୋଗ କରିଛନ୍ତି ବିଜେପି କୃଷକ ମୋର୍ଚ୍ଚା ସଭାପତି ପ୍ରଦୀପ ପୁରୋହିତ । ତେଣୁ ଆତ୍ମହତ୍ୟା କରିଥିବା ଚାଷୀ କୈବଲ୍ୟଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ଦାବି କରିଛି ବିଜେପି । ସେହିପରି ବିଚାରବିଭାଗୀୟ ତଦନ୍ତ କରି ମୃତ୍ୟୁ ପାଇଁ ଯିଏ ଦାୟୀ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ଦଳ ଦାବି କରିଛି । ଏଥିସହ ଆଗାମୀ ୧୬ ତାରିଖରେ ଧାନ ପଞ୍ଜିକରଣ ଅବଧି ଶେଷ ହେଉଥିବାରୁ ଏହାକୁ ଅନୁନ୍ୟ ମାସଟିଏ ବୃଦ୍ଧି କରିବାକୁ ଦାବି କରିଛନ୍ତି ବିଜେପି କୃଷକ ମୋର୍ଚ୍ଚା ସଭାପତି ।