କନକ ବ୍ୟୁରୋ : ଗଞ୍ଜାମ ଜିଲ୍ଲା ଆସିକା ଚାଷୀ ମୃତ୍ୟୁ ଘଟଣାକୁ ଚପାଇ ଦେବା ପାଇଁ ପ୍ରୟାସ କରାଯାଉଛି ଏହି ଅଭିଯୋଗ ଆଣିଛି ରାଜ୍ୟ ନବନିର୍ମାଣ କୃଷକ ସଂଗଠନ । କୃଷକ ସଂଗଠନର ପକ୍ଷରୁ କୁହାଯାଇଛି ଏହି ଆତ୍ମହତ୍ୟା ଘଟଣାରେ ରାଜ୍ୟ ସରକାରଙ୍କୁ ଜିଲ୍ଲା ପ୍ରଶାସନ ଭୂଲ ତଥ୍ୟ ଦେଇଛି । ମୃତ ବୃନ୍ଦାବନ ଜଣେ ଚାଷୀ ନୁହେଁ ବୋଲି ସ୍ଥାନୀୟ ତହସିଲଦାର ସରକାରଙ୍କୁ ରିପୋର୍ଟ ଦେଇଛନ୍ତି ।
ତେବେ ପ୍ରଶାସନର ଏଭଳି ହୀନ ଉଦ୍ୟମକୁ ବରଦାସ୍ତ କରାଯିବନି । ଏହି ଘଟଣାକୁ ନେଇ ଜିଲ୍ଲାଠାରୁ ଆରମ୍ଭ କରି ରାଜ୍ୟ ପର୍ଯ୍ୟନ୍ତ ଆନ୍ଦୋଳନ କରାଯିବ । ନିବନିର୍ମାଣ କୃଷକ ସଂଗଠନର ୫ଜଣିଆ ଟିମ୍ ଶନିବାର ଦିନ ମୃତ ବୃନ୍ଦାବନ ସ୍ୱାଇଁଙ୍କ ପରିବାରଙ୍କୁ ଭେଟିବା ପରେ ଏହି ଅଭିଯୋଗ କରିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/03/vlcsnap-2017-03-26-07h39m44s280.png)