ମଣ୍ଡି ସମସ୍ୟାକୁ ନେଇ ଚାଷୀଙ୍କ ସାଇକେଲ ରାଲି । ନୂଆପଡା ଖଡ଼ିଆଳରୁ ସାଇକେଲରେ ଭୁବନେଶ୍ୱର ଆସୁଛନ୍ତି ୫୦ରୁ ଅଧିକ ଚାଷୀ 

66

କନକ ବ୍ୟୁରୋ : ଚାଷୀଙ୍କ ସମସ୍ୟା ନେଇ ନୂଆପଡା ଜିଲ୍ଲା ଖଡ଼ିଆଳରୁ ଭୁବନେଶ୍ୱରକୁ ସାଇକେଲ ରାଲି  । ଏଥିରେ ୫୦ରୁ ଅଧିକ ଚାଷୀ ଭାଗ ନେଇଛନ୍ତି । ସେମାନେ ଭୁବନେଶ୍ୱରରେ ପହଞ୍ଚି କୃଷିମନ୍ତ୍ରୀଙ୍କୁ ଚାଷୀଙ୍କ ସମସ୍ୟା ନେଇ ଜଣାଇବାକୁ ଲକ୍ଷ୍ୟ ରଖିଛନ୍ତି । ସାରା ରାଜ୍ୟରେ ମଣ୍ଡିରେ ଧାନ ବିକ୍ରିକୁ ନେଇ ସମସ୍ୟା ଲାଗି ରହିଛି । ଟାର୍ଗେଟ ଓ ଟୋକନ ଆଳରେ ମିଲର୍ସର ଧାନ କିଣୁନଥିବା ବେଳେ ଚାଷୀ ନାକେଦମ୍ ହେଲେଣି । ଏଭଳି ସ୍ଥିତିରେ ଚାଷୀମାନେ ଅଭିନୟ ଉପାୟରେ ପ୍ରତିବାଦ କରିଛନ୍ତି ।

ଚାରିଆଡେ ମଣ୍ଡି ଝାମେଲା । କେନ୍ଦୁଝର ଝୁମ୍ରା ଲ୍ୟାମ୍ପ ଅଧିନରେ ଥିବା ମଣ୍ଡିରେ ଧାନ କିଣାରେ ଅବ୍ୟବସ୍ଥା ଲାଗି ରହିଥିବା ଖବର ଆସିଛି । ବାଲିବନ୍ଧ ମଣ୍ଡିରେ ଦେଶୀ, ଧଳା ଓ ମିଶ୍ରିତ ଧାନ କହି କିଣୁନାହାନ୍ତି ମିଲର୍ସ । ଫଳରେ ପାହାଡ ଭଳି ଗଦା ହୋଇଛି ଧାନ ବସ୍ତା । ପୂର୍ବରୁ ଟୋକନ୍ ମିଳିଥିବା ଚାଷୀଙ୍କ ଧାନ ବିଳମ୍ବରେ ଉଠୁଥିବା ବେଳେ ଅନେକ ଚାଷୀଙ୍କୁ ଏଯାଏଁ ଟୋକନ ମିଳିନାହିଁ । ଝୁମ୍ପୁରା ଓ ବାଲିବନ୍ଧ ଲ୍ୟାମ୍ପସରେ ଧାନ ବିକ୍ରି କରିବା ପାଇଁ ୨ ହଜାର ୫ ଜଣ ଚାଷୀ ଧାନ ବିକ୍ରି କରିବା ପାଇଁ ପଂଜିକରଣ କରିଛନ୍ତି ।

ପ୍ରଥମ ପର୍ଯ୍ୟାୟରେ ୧୫ଶହ ୫୫ ଜଣ ଚାଷୀଙ୍କୁ ଧାନ ବିକ୍ରି ପାଇଁ ଟୋକନ ମିଳିଛି । ଚାଷୀ, ୫୬ ହଜାର କ୍ୱିଂଟାଲ ଧାନ ବିକ୍ରି କରିବାକୁ ଥିବା ବେଳେ ମାତ୍ର ୩୨ ହଜାର ୬୬୫ କ୍ୱିଂଟାଲ ଧାନ କିଣିବାକୁ ଟାର୍ଗେଟ ଦେଇଛନ୍ତି ସରକାର । ତେଣୁ ବିକ୍ରିରେ ସମସ୍ୟା ସୃଷ୍ଟି ହୋଇଛି । ଏବଂ ଦୂର ଦୂରାନ୍ତର ଗାଡି ଯୋଗେ ଧାନ ଆଣୁଥିବା ଚାଷୀ, ଧାନ ବିକ୍ରି ନକରି ହଇରାଣ ହେଉଛନ୍ତି । ଯାହାକୁ ନେଇ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ତେଜୁଛି । ସେପଟେ ଲ୍ୟାମ୍ପସ କର୍ତୃପକ୍ଷ କହିଛନ୍ତି ସୁରୁଖୁରରେ ଧାନ କିଣା ଚାଲିଛି ।