କନକ ବ୍ୟୁରୋ: ସମ୍ଭାବ୍ୟ ବାତ୍ୟା ଆସୁଥିବା ଖବର ଶୁଣି ଚାଷୀ ମୁଣ୍ଡରେ ପଡିଛି ଚଡକ ।  ଅଧାପାଚିଲା ଧାନ ଓ ଅନ୍ୟ ଶସ୍ୟକୁ କାଟି ନେଉଛନ୍ତି  ଚାଷୀ । ରାଜ୍ୟର ଉପକୂଳବର୍ତୀ ବିଭିନ୍ନ ସ୍ଥାନର ୁଆସିଛି ଏଭଳି ଚିତ୍ର । ବାତ୍ୟା ଭୟ ଚାଷୀଙ୍କୁ ଡରାଇଦେଇଛି । ଆଉ ସଂପୂର୍ଣ୍ଣ  ଫସଲ ନଷ୍ଟ ହେବା ଅପେକ୍ଷା ଅଧା ଫସଲ ପାଇବା ଆଶାରେ ମେସିନ୍ ଲଗାଇ ଧାନ କାଟି ନେଉଛନ୍ତି ଚାଷୀ । ବାତ୍ୟା ଆସୁଥିବା ଖବର ଶୁଣି ଏମାନଙ୍କ ମନରେ ଭୟ ସୃଷ୍ଟି ହୋଇଛି । ଫଳରେ ଅଧା ପାଚିଲା ଧାନକୁ କାଟି ନେବା ପାଇଁ ବାଧ୍ୟ ହେଉଛନ୍ତି । ତେବେ ଋଣ କରି ଚାଷ କରିଥିବା ଚାଷୀ ଏବେ ଚିନ୍ତାରେ ପଡିଛନ୍ତି ।

Advertisment

ଗୋପ ଓ କୋଣାର୍କ ଅଂଚଳର ଚାଷୀ ମଧ୍ୟ ସମ୍ଭାବ୍ୟ ବାତ୍ୟାକୁ ନେଇ ଭୟଭୀତ । ହେକ୍ଟର ହେକ୍ଟର ଚାଷ ଜମିରୁ ଚାଷୀ କଂଚା ବିରି, ମୁଗ ଓ କୋଳଥ ଅମଳ କରୁଛନ୍ତି । ବିଭିନ୍ନ ସମୟରେ ବାତ୍ୟାରେ ଚାଷୀର କଷ୍ଟ ଉପାର୍ଜିିତ ଫସଲ ନଷ୍ଟ ହୋଇଛି । ଏବେ ପୁଣି ବାତ୍ୟା ନାଁ ଶୁଣି ଚାଷୀ ମନରେ ଛନକା ପଶିଛି । ତେଣୁ ତରବରିଆ ଭାବେ ଅମଳ କରି ପକାଉଛନ୍ତି । ବାତ୍ୟା ହେଲେ ଚାଷ ସଂପୂର୍ଣ୍ଣ ନଷ୍ଟ ହୋଇଯିବ ଓ ଯାହା ରହିବ ତାହା ଅମଳ କରିବା ସମ୍ଭବ ହେବ ନାହିଁ ବୋଲି ଚାଷୀମାନେ କହିଛନ୍ତି ।

ସମୁଦ୍ର ଉପକୂଳ ଅସ୍ତରଙ୍ଗରେ ମଧ୍ୟ ସମ୍ଭାବ୍ୟ ବାତ୍ୟା ନାଁ ଶୁଣି ଚାଷୀ ଭୟଭୀତ ହୋଇପଡିଛନ୍ତି । ଫଳରେ  ଦରପାଚିଲା ମୁଗ ଫସଲକୁ ଉପାଡି କ୍ଷେତରୁ ଖଳାକୁ ନେଇଯାଉଥିବା ଦେଖିବାକୁ ମିଳିଛି ।  ଅନେକ ସମୟରେ ଏହି ଉପକୂଳ ଅଂଚଳ  ଅସ୍ତରଙ୍ଗକୁ  ବାତ୍ୟାର ଭୟ ରହିଥାଏ । ତେଣୁ ଫସଲ କ୍ଷତି ହୋଇଯିବା ଭୟରେ ଚାଷୀ ଆତଙ୍କିତ ହୋଇପଡିଛି

ଯଦିଓପି ପାଣିପାଗ ବିଭାଗ ଓଡିଶା ପ୍ରତି ବିପଦ ନାହିଁ ବୋଲି କହିଛି, ତେବେ ୪ଟି ଜିଲ୍ଲାରେ ପ୍ରବଳ ବର୍ଷାର ଚେତାବନୀ ଦେଇଥିବାରୁ  ଫସଲ ନଷ୍ଟ ହେବା ଆଶଙ୍କାରେ ଚାଷୀଙ୍କ ମଧ୍ୟରେ ଛନକା ପଶିଛିା