କନକ ବ୍ୟୁରୋ : ସେପଟେ ଆଜି ନବରଙ୍ଗପୁର ପୁଣି ଜଣେ ଚାଷୀ ଆତ୍ମହତ୍ୟା କରିଥିବାର ଅଭିଯୋଗ ହୋଇଛି । ବିଷ ପିଇ ଆତ୍ମହତ୍ୟା କରିଥିବା ପରିବାରବର୍ଗର ଅଭିଯୋଗ କରିଛନ୍ତି । ନବରଙ୍ଗପୁର ସାନମସି ଗାଁର ଚାଷୀ ଶିବପ୍ରସାଦ ଭଦ୍ରା ଋଣ ଭାର ସହିନପାରି ଗତ ୩ତାରିଖରେ କିଟ ନାଶକ ପିଇଦେଇଥିଲେ । ନବରଙ୍ଗପୁର ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଅବସ୍ଥାରେ ଆଜି ତାଙ୍କ ମୃତ୍ୟୁ ହୋଇଛି । ଧାନଚାଷ ନଷ୍ଟ ହୋଇଯିବାରୁ ସେ ପରିବାର ପ୍ରତିପୋଷଣ ଚିନ୍ତାରେ ବିଷପିଇ ଆତ୍ମହତ୍ୟା କରିଥିବା ତାଙ୍କ ପରିବାରଲୋକେ ଅଭିଯୋଗ କରିଛନ୍ତି ।
ପୁଣି ଚାଷୀ ଆତ୍ମହତ୍ୟା ଅଭିଯୋଗ ! ଋଣଭାର ସହିନପାରି ନବରଙ୍ଗପୁରର ଶିବପ୍ରସାଦ ଭଦ୍ରା ପିଇଲେ କୀଟନାଶକ
/kanak/media/post_attachments/wp-content/uploads/2017/03/vlcsnap-2017-03-07-16h54m32s099.png)