କନକ ବ୍ୟୁରୋ: ଫସଲ ଉଜୁଡ଼ିବା ଚିନ୍ତାରେ ଚାଷୀଙ୍କ ଆତ୍ମହତ୍ୟା ଅଭିଯୋଗ । ଋଣ ଭାର ସୁଝି ନପାରି ଚରମ ପଦକ୍ଷେପ ନେଇଛନ୍ତି କେନ୍ଦ୍ରାପଡ଼ା ରାଜକନିକାର ଭାଗଚାଷୀ ଅମର କୁମାର । ସୂଚନା ଅନୁଯାୟୀ ହାଟସାହି ଗାଁର ଭାଗଚାଷୀ ଅମର କୁମାର ଜେନା ଗାଁର ଜମି ମାଲିକଙ୍କ ଠାରୁ ୫ ଏକରରୁ ଅଧିକ ଜମି ଭାଗରେ ଆଣି ଚାଷ କରିଥିଲେ । ଚାଷ ପାଇଁ ସମବାୟ ସମିତି ବ୍ୟାଙ୍କ ଓ ଗାଁର କେତେ ଲୋକଙ୍କ ଠାରୁ ସୁଧକୁ ପ୍ରାୟ ଲକ୍ଷାଧିକ ଟଙ୍କା ଋଣ ଆଣି ଚାଷ କରିଥିଲେ ।
ବର୍ଷା ନହେବାରୁ ବିଲ ଶୁଖିଯିବା ଅଜଣା ପୋକ ଧାନ ଗଛଗୁଡ଼ିକୁ କାଟି ନଷ୍ଟ କରି ଦେବା ଘଟଣାରେ ଚିନ୍ତିତ ହୋଇପଡ଼ିଥିଲେ ଅମର । ଋଣ କରିଥିବା ଟଙ୍କା କିପରି ସୁଝିବେ ଓ କିପରି ପରିବାର ପ୍ରତିପୋଷଣ କରିବେ ସେ ଚିନ୍ତାରେ ମାନସିକ ଭାରସାମ୍ୟ ହରାଇ ବିଲରେ ପକାଇବାକୁ ନେଇଥିବା କୀଟନାଶକ ପିଇ ଆତ୍ମହତ୍ୟା କରିଥିବା ତାଙ୍କ ପୁଅ ଅଭିଯୋଗ କରିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/09/12-6.jpg)