ବ୍ୟାଙ୍କ ଋଣ ସୁଝି ନପାରି ଚାଷୀଙ୍କ ଆତ୍ମହତ୍ୟା ! ବର୍ଷାରେ ଫସଲ ଉଜୁଡି ଯିବାରୁ କୀଟନାଶକ ପିଇ ଆତ୍ମହତ୍ୟା କରିଥିବା ଅଭିଯୋଗ ଆଣିଲେ ପରିବାର ଲୋକେ

151

କନକ ବ୍ୟୁରୋ: ବ୍ୟାଙ୍କ ଋଣ ସୁଝି ନପାରି ଚାଷୀ ଆତ୍ମହତ୍ୟା ଅଭିଯୋଗ । ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ଖୁଟୁଗୁଡା ଗାଁରେ ଘଟିଛି ଏପରି ଘଟଣା । ଚାଷୀ ବୁଦୁର ଗୌଡ ନିଜ ଜମି ନିକଟରେ ଥିବା କୁଡ଼ିଆରେ କୀଟନାଶକ ପିଇ ଆତ୍ମହତ୍ୟା କରିଥିବା କହିଛନ୍ତି ପରିବାର ସଦସ୍ୟ । ବୁଦୁରୁ ୮ ଏକର ମକା, ୩ ଏକର ଧାନ ସହ କିଛି ପନିପରିବା ଚାଷ କରିଥିଲେ । ବର୍ଷା ଯୋଗୁଁ ଫସଲ ଉଜୁଡ଼ି ଯାଇଥିଲା । ଚାଷ କ୍ଷତିଦେଖି କିପରି ବ୍ୟାଙ୍କ ଓ ସାହୁକାର ଋଣ ସୁଝିବେ ଚିନ୍ତାରେ ପଡ଼ିଯାଇଥିଲେ ।

ସେପଟେ ସପ୍ତାହ ପୂର୍ବରୁ ତାଙ୍କ ମାଙ୍କର ମୃତ୍ୟୁ ହୋଇଥିବା ବେଳେ ୩ ଦିନ ତଳେ ତାଙ୍କ ଦିବ୍ୟାଙ୍ଗ ସାନଭାଇଙ୍କର ମୃତ୍ୟୁ ଘଟିଛି । ସେମାନଙ୍କ ଦଶାହ କାର୍ଯ୍ୟ କିପରି ତୁଲାଇବେ ସେ ଚିନ୍ତାରେ ବି ଥିଲେ ବୁଦୁରୁ । ମାନସିକ ଭାରସାମ୍ୟ ହରାଇ ଆତ୍ମହତ୍ୟା କରିଥିବା କହିଛନ୍ତି ଗାଁ ଲୋକ । ଘଟଣା ସ୍ଥଳରେ ପୋଲିସ ପହଂଚି ତଦନ୍ତ ଜାରି ରଖିଛି ।