କନକ ବ୍ୟୁରୋ: କେନ୍ଦ୍ର ସରକାର ଓ ଚାଷୀ ସଙ୍ଗଠନ ଭିତରେ ୧୧ ତମ ବୈଠକ ଶେଷ । ଏଥର ବି ବାହାରିପାରିଲାନି ନିଷ୍କର୍ସ । ଚାଷୀମାନଙ୍କୁ ଶେଷ ଥର ପାଇଁ ଠିକ୍ ଭାବେ ଚିନ୍ତା କରିବାକୁ କହିଲେ କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର ।
ଶୁକ୍ରବାର ଦିଲ୍ଲୀ ସ୍ଥିତ ବିଜ୍ଞାନ ଭବନରେ ଚାଷୀ ଓ କେନ୍ଦ୍ର ସରକାରଙ୍କ ଭିତରେ ବୈଠକ ବସିଥିଲା । ଯେଉଁଥିରେ ନୂଆ କୃଷି ଆଇନ୍ ଓ ଚାଷୀ ଆନ୍ଦୋଳନ ବନ୍ଦ କରିବାକୁ ନେଇ ଆଲୋଚନା ହୋଇଥିଲା । ଚାଷୀମାନେ ନୂଆ କୃଷି ଆଇନ୍ ଉଚ୍ଛେଦ ଦାବିରେ ଅଟଳ ଥିବାବେଳେ ସରକାର କିନ୍ତୁ କେବଳ ଆଇନରେ ସଂଶୋଧନ ପାଇଁ ରାଜି ଥିବା କହିଛନ୍ତି ।
ଅନ୍ୟପଟେ ଚାଷୀମାନେ ଚାହିଁଲେ କେନ୍ଦ୍ର ସରକାର ନୂଆ କୃଷି ଆଇନକୁ ଦେଢ ବର୍ଷ ପାଇଁ ରୋକ୍ ଲଗାଇପାରିବେ । ଏହାରି ଭିତରେ ଚାଷୀମାନେ ନିଜର ନିଷ୍ପତ୍ତି ଜଣାଇବାକୁ କୁହାଯାଇଥିଲା । ଚାଷୀମାନେ କିନ୍ତୁ କେନ୍ଦ୍ର ସରକାରଙ୍କ ଏହି କଥାରେ ରାଜି ହୋଇନାହାନ୍ତି । ନୂଆ କୃଷି ଆଇନର ଉଚ୍ଛେଦ ହିଁ ସେମାନଙ୍କର ଏକମାତ୍ର ଲକ୍ଷ୍ୟ ବୋଲି ଚାଷୀ ନେତାମାନେ କହିଛନ୍ତି ।
ଅନ୍ୟପଟେ କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର କହିଛନ୍ତି, ସରକାର ଯଥା ସମ୍ଭବ ଚାଷୀ ଭାଇମାନଙ୍କୁ ପ୍ରସ୍ତାବ ଦେଇଛନ୍ତି । ସେମାନେ ଏନେଇ ସଠିକ୍ ଭାବେ ବିଚାର କରନ୍ତୁ । ବିଶେଷକରି ଦେଢ ବର୍ଷ ପାଇଁ ଚାଷୀ ଆଇନ ଉପରେ ରୋକ୍ ଲଗାଇବା ପ୍ରସ୍ତାବ ଉପରେ ଚାଷୀ ଭାଇମାନେ ବିଚାର କରନ୍ତୁ ବୋଲି କୃଷି ମନ୍ତ୍ରୀ କହିଛନ୍ତି । ସୂଚନାଯୋଗ୍ୟ, କେନ୍ଦ୍ର ସରକାରଙ୍କ ନୂଆ କୃଷି ଆଇନକୁ ନେଇ ଚାଷୀ ମାନେ ଦୀର୍ଘ ଦିନ ହେଲା ଦିଲ୍ଲୀ ସୀମାରେ ଆନ୍ଦୋଳନ ଚଳାଇଛନ୍ତି । ଏହାରି ଭିତରେ ଚାଷୀ-ସରକାରଙ୍କ ଭିତରେ ଏକାଧିକ ଆଲୋଚନା ହୋଇଥିଲେ ବି କୌଣସି ଫଳାଫଳ ବାହାରିପାରିନାହିଁ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2020/12/201208-_india_farmer_protests_mc-12453_28c6cc8a18e275f33e3a8d869c972ac8.jpg)