କନକ ବ୍ୟୁରୋ : ଆଜି ରାଜ୍ୟ ସରକାର ବିଧାନସଭାରେ ଉପସ୍ଥାପନ କରିଥିବା ବଜେଟରେ ରାଜ୍ୟର କୃଷି ଓ କୃଷକଙ୍କୁ ଗୁରୁତ୍ୱ ଦେଇଛନ୍ତି । ୨୦୨୩-୨୪ ଆର୍ଥିକ ବର୍ଷରେ ରାଜ୍ୟ ସରକାର ଏହି କ୍ଷେତ୍ର ପାଇଁ ମୋଟ ୨୪,୮୨୯ କୋଟି ଟଙ୍କା ବ୍ୟୟ ବରାଦ କରିଥିବା ବେଳେ ଚଳିତ ବର୍ଷ ଏହାର ୩୬ ପ୍ରତିଶତ ବୃଦ୍ଧି କରାଯାଇ ୩୩୯୧୯ କୋଟି ଟଙ୍କା କରାଯାଇଛି ।

ଧାନ କୁଇଣ୍ଟାଲ ୩୧ ଶହ ଟଙ୍କା
ଧାନମଣ୍ଡିରେ କଟନି ଛଟନି ରୋକିବାକୁ ନୂଆ ଯୋଜନା
୪୮ ଘଣ୍ଟା ମଧ୍ୟରେ ଚାଷୀଙ୍କ ଖାତାକୁ ଟଙ୍କା
ସମୃଦ୍ଧ କୃଷକ ଯୋଜନା ଅଧିନରେ ୫ ହଜାର କୋଟି ଟଙ୍କା
କାଳିଆ ଯୋଜନାର ନାମ ପରିବର୍ତ୍ତନ କରି ମୁଖ୍ୟମନ୍ତ୍ରୀ କୃଷକ ଯୋଜନା କରାଗଲା
ଉପଖଣ୍ଡ ସ୍ତରରେ ଶୀତଳଭଣ୍ଡାର ସ୍ଥାପନ
କୃଷି ସମୃଦ୍ଧି କେନ୍ଦ୍ର ପ୍ରତିଷ୍ଠା
ଶ୍ରୀ ଅନ୍ନ ଅଭିଯାନ ପାଇଁ ୬୪୯ କୋଟି ଟଙ୍କା
ମିଲେଟ୍ ପ୍ରକ୍ରିୟାକରଣ ପ୍ଲାଣ୍ଟ ପ୍ରତିଷ୍ଠା
ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ପାଇଁ ୬ଶହ କୋଟି ଟଙ୍କା
ବଳଭଦ୍ର ଜୈବିକ ଚାଷ ମିଶନ