କୃଷି କର୍ମଶାଳାରେ କୃଷକ ବନାମ କୃଷି ଅଧିକାରୀ । ଚାଷୀଙ୍କୁ ପ୍ରଶିକ୍ଷଣ ଦେବାକୁ ଆସିଥିବା କୃଷି ଉଦ୍ୟାନ ଅଧିକାରୀଙ୍କ ଆଗରେ ସମସ୍ୟା ବଖାଣିଲେ ଚାଷୀ

69

କନକ ବ୍ୟୁରୋ : ଚାଷୀ ଶୂନ୍ୟ ଚାଷୀ ପ୍ରଶିକ୍ଷଣ ଶିବିର । ବ୍ଲକ ସ୍ତରୀୟ କୃଷି କର୍ମଶାଳାରେ ଚାଷୀଙ୍କୁ ଅବହେଳା କରାଯାଉଥିବା ଅଭିଯୋଗ କରି ତାତିଲେ ଚାଷୀ । କର୍ମଶାଳା ମଝିରେ ଚାଷୀ ଓ ଅଧିକାରୀଙ୍କ ମଧ୍ୟରେ ଯୁକ୍ତି ତର୍କ ହେଲା । କୋକସରା ବ୍ଲକ ଆମପାଣି ପଂଚାୟତ କନ୍ଦାଗଡ ଆମ୍ବ ବଗିଚାରେ ଆୟୋଜିତ କୃଷି କର୍ମଶାଳାରେ ଦେଖିବାକୁ ମିଳିଥିଲା ଏଭଳି ଦୃଶ୍ୟ । ଉଦ୍ୟାନ ଚାଷର ବିଭିନ୍ନ ସମସ୍ୟା କଥା ଉଠାଇ କ୍ଷୋଭ ପ୍ରକାଶ କରିଥିଲେ ଚାଷୀ । ଉଦ୍ୟାନ ବିଭାଗ ପକ୍ଷରୁ ଚାଷୀଙ୍କୁ କୌଣସି ପ୍ରକାର ସୂଚନା ଦିଆଯାଉନଥିବା ଅଭିଯୋଗ ହୋଇଛି ।

ଆମ୍ବ ଚାରା ପାଇଁ ନର୍ସରୀକୁ ଗଲେ ବିଭାଗୀୟ କର୍ମଚାରୀ ଓ ଅଧିକାରୀ ବିଭିନ୍ନ ଆଳ ଦେଖାଇ ଫେରାର ହୋଇଯାଉଛନ୍ତି! ଏହାସହ ଚାଷୀଙ୍କ ପାଇଁ ଆସୁଥିବା ଅନୁଦାନ ହଡ଼ପ ହେଉଥିବା ଚାଷୀ ଅଭିଯୋଗ କରିଛନ୍ତି । ସେପଟେ ଚାଷୀ ଅଭିଯୋଗ ପରେ ନିଜ ସପକ୍ଷରେ ସଫେଇ ରଖିଛନ୍ତି ଉଦ୍ୟାନ କୃଷି ଅଧିକାରୀ ସୌରଭ ପାଣିଗ୍ରାହୀ ।

କେବେ ବି ଚାଷୀଙ୍କ ସମସ୍ୟା ବୁଝୁନଥିବା ବିଭାଗ କର୍ମଶାଳା କରି ବାହା-ବା ନେବାକୁ ଉଦ୍ୟମ କରୁଥିବା ଅଭିଯୋଗ ହୋଇଛି ।