ଋଣ ଭାର ସହିନପାରି ଚାଷୀ ଆତ୍ମହତ୍ୟା କରିଥିବା ଅଭିଯୋଗ । ଦେଢ଼ ଲକ୍ଷ ଟଙ୍କା କରଜ କରି କରିଥିଲେ ଚାଷ ହେଲେ ବର୍ଷା ଅଭାବ ହେଲା କାଳ ।

99

କନକ ବ୍ୟୁରୋ: ରୁଣ ଭାରରେ ଅତିଷ୍ଠ ହୋଇ ଚାଷୀ ଆତ୍ମହତ୍ୟା କରିଥିବା ଅଭିଯୋଗ । ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ ରସିଆଗୁଢା ଗାଁରୁ ଏହି ଅଭିଯୋଗ ଆସିଛି । ମୃତ ଚାଷୀଙ୍କ ନାମ ଶ୍ୟାମ ଖିଲ, ବୟସ ୩୭ ବର୍ଷ ।

ଗତ ବର୍ଷ ଚାଷ କାମ ପାଇଁ ସେ ଏକ ଘରୋଇ କମ୍ପାନୀ ଠାରୁ ଦେଢ ଲକ୍ଷ ଟଙ୍କା ରୁଣ ଆଣିଥିଲେ । କିନ୍ତୁ ବର୍ଷା ଅଭାବରୁ ଜମିରେ ଚାଷ ହୋଇପାରିଲା ନାହିଁ । ଫଳରେ ରୁଣ କେମିତି ପରିଶୋଧ କରିବେ ବୋଲି କିଛି ଦିନ ହେଲା ଚିନ୍ତାରେ ଥିବା ଶ୍ୟାମ ଖିଲ ବିଷ ପିଇ ଦେଇଥିଲେ । ଏହା ଜାଣିବା ପରେ ପତ୍ନୀ ତାଙ୍କୁ ଚିତ୍ରକୋଣ୍ଡା ହସ୍ପିଟାଲକୁ ନେଇଥିଲେ । ଡାକ୍ତରଖାନାରେ ଶ୍ୟାମ ଖିଲଙ୍କ ମୃତ୍ୟୁ ହୋଇଛି । ଘରେ ୩ଟି ଛୋଟ ଛୋଟ ଶିଶୁ ଅଛନ୍ତି । ପରିବାର ଚଳାଉଥିବା ସ୍ୱାମୀଙ୍କ ବିୟୋଗ ପରେ କେମିତି ଚଳିବେ, ଏବେ କଣ କରିବେ ସେହି ଚିନ୍ତାରେ ପତ୍ନୀ ପ୍ରତିମା ଖିଲ ଘାରି ହେଉଛନ୍ତି । ପ୍ରଶାସନ ପକ୍ଷରୁ ଅଭାବୀ ପରିବାରକୁ ସରକାରୀ ସହାୟତା ଯୋଗାଇ ଦେବାକୁ ଦାବି ହେଉଛି ।