ଯଦି ଆପଣ ଆପଣଙ୍କ ଲକ୍ଷ୍ୟ ହାସଲ କରିବା ନିମନ୍ତେ କଠିନ ପରିଶ୍ରମ କରୁଛନ୍ତି, ତେବେ ଦୁନିଆର କୌଣସି ଶକ୍ତି ଆପଣଙ୍କୁ ଲକ୍ଷ୍ୟସ୍ଥଳରେ ପହଞ୍ଚିବାରେ ରୋକି ପାରିବ ନାହିଁ । ଏମିତି ହିଁ କିଛି କମାଲ କରି ଦେଖାଇଛନ୍ତି, ତାମିଲନାଡୁର କାଲିପଟ୍ଟି ଗାଁରେ ରହୁଥିବା ମେଘନାଥନ । ଯିଏକି ଏବେ ଡାକ୍ତର ହୋଇଛନ୍ତି । ସୂଚନା ଅନୁଯାୟୀ, ମେଘନାଥନ ଜଣେ କୃଷକଙ୍କର ପୁଅ ଅଟନ୍ତି, ଏବଂ ସେ ନିଜର ଡାକ୍ତରି ପାଠପଢା ଶେଷ କରିଛନ୍ତି । ତେବେ କେବଳ ଏତିକି ନୁହେଁ, ସବୁଠାରୁ ବଡ କଥା ହେଉଛି, କିଙ୍ଗ ଜର୍ଜ ମେଡିକାଲ କଲେଜରେ ଅନୁଷ୍ଠିତ ହୋଇଥିବା କନଭୋକେସନ ସେରିମନିରେ ତାଙ୍କୁ ସ୍ୱର୍ଣ୍ଣ ପଦକରେ ସମ୍ମାନିତ କରାଯାଇଛି । ଏହା ସହ ପିଡିଆଟ୍ରିକ୍ସ ଡିପାର୍ଟମେଣ୍ଟର ବେଷ୍ଟ ଷ୍ଟୁଡେଣ୍ଟସ ପାଇଁ ତାଙ୍କୁ, ଶୀତଲା ଚରଣ ବାଜପେୟୀ ଗୋଲ୍ଡ ମେଡାଲରେ ସମ୍ମାନିତ କରାଯାଇଛି । 

Advertisment

ମେଧନାଥନ୍ ଅତ୍ୟନ୍ତ ଗରିବ ପରିବାରରେ ଜନ୍ମ ଗ୍ରହଣ କରିଥିଲେ । ସେ କହିଛନ୍ତି ଯେ, ତାଙ୍କୁ ପାଠ ପଢିବାର ବହୁତ ଇଚ୍ଛା ଥିଲା, କିନ୍ତୁ ପଢିବା ଏତେ ସହଜ ହୋଇନଥିଲା । ତାଙ୍କ ବାପା ଜଣେ ଚାଷୀ ଅଟନ୍ତି । ଏବଂ ପରିବାରର ଆର୍ଥିକ ସ୍ଥିତି ଅତ୍ୟନ୍ତ ଦୁର୍ବଳ ଅଟେ । ଆଉ ଏହା ପରେ ମଧ୍ୟ ହାର ମାନିନଥିଲେ ମେଘନାଥନ । ସୂଚନା ଅନୁଯାୟୀ, ସେ ରାତି ୨ଟାରୁ ସକାଳ ୮ଟା ପର୍ଯ୍ୟନ୍ତ ପାଠ ପଢିଥାନ୍ତି । ଆଉ ଏହା ସହ ସେ ତାଙ୍କ ବାପାଙ୍କ ସହ ବିଲକୁ କାମ କରିବା ପାଇଁ ମଧ୍ୟ ଯାଇଥାନ୍ତି । ତାଙ୍କର ଏହି ସଫଳତାରେ ଗର୍ବିତ ହୋଇଛନ୍ତି ତାଙ୍କ ବାପା ମା ।