କନକ ବ୍ୟୁରୋ : ତାମିଲନାଡୁ ସରକାର ରାଜ୍ୟ କୋ-ଅପରେଟିଭ୍ ବ୍ୟାଙ୍କରୁ କୃଷକ ମାନେ ନେଇଥିବା ଶଷ୍ୟଋଣ ଛାଡ କରିଛନ୍ତି । ରାଜ୍ୟର ମୁଖ୍ୟମନ୍ତ୍ରୀ ଏଡାପଡ୍ଡି କେ ପାଲାନିସ୍ୱାମୀ ମୋଟ ୧୨,୧୧୦ କୋଟି ଟଙ୍କାର ଶଷ୍ୟଋଣ ଛାଡ କରିବାକୁ ଘୋଷଣା କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଏହି ଋଣଛାଡ ଘୋଷଣା ପରେ ରାଜ୍ୟରେ ୧୬.୧୩ ଲକ୍ଷ ଚାଷୀ ଉପକୃତ ହେବେ ବୋଲି ଜଣାପଡିଛି ।

Advertisment

ତାମିଲନାଡୁ ମୁଖ୍ୟମନ୍ତ୍ରୀ ଶୁକ୍ରବାର ଦିନ ବିଧାନସଭା ଆଇନ ୧୧୦ ଆଧାରରେ ଏଭଳି ଘୋଷଣା କରିଛନ୍ତି । ପାଲାନିସ୍ୱାମୀ କହିଛନ୍ତି କି ରାଜ୍ୟରେ ଚକ୍ରବର୍ତ୍ତି ତୁଫାନ ନିଭାର ଓ ବୁରେଭି କାରଣରୁ କୃଷକ ମାନଙ୍କର ଆର୍ଥିକ ସ୍ଥିତି ଦୁର୍ବଳ ହୋଇଯାଇଛି । ଯାହାକୁ ନଜରରେ ରଖି ରାଜ୍ୟସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି ।

ମୁଖ୍ୟମନ୍ତ୍ରୀ ପାଲାନିସ୍ୱାମୀ କହିଥିଲେ କି ଯେଉଁ କୃଷକ ମାନେ ରାଜ୍ୟ କୋ-ଅପରେଟିଭ୍ ବ୍ୟାଙ୍କରୁ ଶଷ୍ୟଋଣ ନେଇଛନ୍ତି ସେହିମାନେ ହିଁ କେବଳ ଏହି ଋଣଛାଡର ଲାଭ ନେଇପାରିବେ । ଜାନୁଆରୀ ମାସରେ ତାମିଲନାଡୁରେ ଅଧିକବର୍ଷା ହେବା କାରଣରୁ କୃଷକଙ୍କ ଫସଲ ସମ୍ପୁର୍ଣ୍ଣ ନଷ୍ଠ ହୋଇଯାଇଛି । ସବୁଠାରୁ ଅଧିକ ଧାନ ଫଶଲ ନଷ୍ଠ ହୋଇଥିବା କଥା କହିଛନ୍ତି ମୁଖ୍ୟମନ୍ତ୍ରୀ । ଏହି କ୍ଷୟକ୍ଷତିର ଅନୁଧ୍ୟାନ କରିବାକୁ ବି ଏକ କେନ୍ଦ୍ରୀୟ ଟିମ୍ ତାମିଲନାଡୁ ଗସ୍ତରେ ଯାଇଥିବା ସୂଚନା ମିଳିଛି ।

ଅନ୍ୟପଟେ ଦେଶରେ କୃଷକ ଆନ୍ଦୋଳନ ଦିନକୁ ଦିନ ଉଗ୍ରରୂପ ନେବାରେ ଲାଗିଛି । ଏହାସହ ଆଗାମୀ କିଛିମାସ ମଧ୍ୟରେ ରାଜ୍ୟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ଏସବୁକୁ ଦୃଷ୍ଟିରେ ରଖି ପାଲାନିସ୍ୱାମୀଙ୍କ ଏହି ଚାଷୀ ସନ୍ତୁଷ୍ଟି ଯୋଜନା ବାସ୍ତବରେ ଭୋଟ ବ୍ୟାଙ୍କରେ ପରିଣତ ହେବ କି ନାହିଁ ତାହା ସମୟ କହିବ ।