କୃଷି ଆଇନ ପ୍ରତ୍ୟାହାର ପଛର ବଡ କାରଣ କ’ଣ ? ଜାଣନ୍ତୁ …

1,131

କନକ ବ୍ୟୁରୋ : ପ୍ରତ୍ୟାହାର ହେଲା ତିନି ନୂଆ କୃଷି ଆଇନ । ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ବଡ଼ ଘୋଷଣା କରିଛନ୍ତି । ଆନ୍ଦୋଳନରତ କୃଷକଙ୍କୁ ଘରକୁ ଯିବାକୁ କହିଛନ୍ତି ପ୍ରଧାନମନ୍ତ୍ରୀ । ଚଳିତ ସଂସଦ ଅଧିବେଶନରେ ଆଇନ ପ୍ରତ୍ୟାହାର ନେଇ ସାମ୍ବିଧାନିକ ପ୍ରକ୍ରିୟା ଶେଷ କରାଯିବ । ମୋଦି କହିଛନ୍ତି, କୃଷିରେ ସୁଧାର ଆଣିବା ପାଇଁ ସରକାର ତିନିଟି ନୂଆ ଆଇନ ଆଣିଥିଲେ । ଏହା ଦ୍ୱାରା କ୍ଷୁଦ୍ର ଚାଷୀଙ୍କୁ ଅଧିକ ଶକ୍ତି ମିଳିଥାନ୍ତା ।

ନୂଆ ଆଇନ ପାଇଁ ଦୀର୍ଘ ବର୍ଷ ଧରି କୃଷକ, ବିଶେଷଜ୍ଞ, ଅର୍ଥଶାସ୍ତ୍ରୀ ଦାବି ହୋଇ ଆସୁଥିଲା । ଯେତେବେଳେ ନୂଆ ଆଇନ ଆସିଥିଲା ସଂସଦରେ ଚର୍ଚ୍ଚା ହୋଇଥିଲା । ଦେଶର କୃଷକ ଓ କୃଷକ ସଂଗଠନ ଏହାକୁ ସ୍ୱାଗତ କରିଥିଲେ । ହେଲେ ନୂଆ ଆଇନ ନେଇ ଗୋଟିଏ କୃଷକ ଗୋଷ୍ଠୀ ବିରୋଧ କରୁଥିଲେ । ସରକାର କୃଷି ଆଇନରେ ପରିବର୍ତନ କରିବା ପାଇଁ ପ୍ରସ୍ତୁତ ଥିଲେ । ମାମଲା ସୁପ୍ରିମକୋର୍ଟ ପର୍ଯ୍ୟନ୍ତ ଯାଇଥିଲା । ଏହା ସତ୍ୱେ ସେମାନଙ୍କୁ ବୁଝାଯାଇପାରିନଲା ନାହିଁ । ତେଣୁ କୃଷକଙ୍କ ସ୍ୱାର୍ଥ ପାଇଁ ତିନି ନୂଆ କୃଷି ଆଇନକୁ ପ୍ରତ୍ୟାହାର କରାଯାଇଥିବା ମୋଦି ଘୋଷଣା କରିଛନ୍ତି ।

ପ୍ରଥମେ କୃଷି ଆଇନ ପ୍ରତ୍ୟାହାର ପାଇଁ କେନ୍ଦ୍ର ସରକାର ରାଜନଥିଲେ । ପ୍ରଶ୍ନ ଉଠୁଛି, ଏତେ ଶୀଘ୍ର ମୋଦି ରାଜି ହେଲେ କିଭଳି । ତାଙ୍କ ହୃଦୟ ହଠାତ ପରବର୍ତିନ ହୋଇଗଲା କିଭଳି । କୁହାଯାଉଛି, ଏହାପଛରେ ଠୋସ ରଣନୀତି ରହିଛି । ନିର୍ବାଚନର ଲାଭ କ୍ଷତିର ଗଣିତ ରହିଛି । ଆସନ୍ତାବର୍ଷର ନିର୍ବାଚନକୁ ଦୃଷ୍ଟିରେ ରଖି ସରକାର ଏହି ନିଷ୍ପତି ନେଇଛନ୍ତି । କୁହାଯାଏ, ଦିଲ୍ଲୀ ସିଂହାସନକୁ ଦଖଲ କରିବାକୁ ହେଲେ ୟୁପି ଦେଇ ଆସିବାକୁ ପଡେ । ଜାଣନ୍ତୁ ଏହାର ପଛର ୧୦ ବଡ କାରଣ –

କୃଷି ଆଇନ ପ୍ରତ୍ୟାହାର ପଛର କାରଣ ?

୧.ପଞ୍ଜାବ ନିର୍ବାଚନରେ କୃଷକଙ୍କ ବଡ ଭୂମିକା
୨.ଗୁରୁ ନାନକ ଜୟନ୍ତୀରେ ବଡ ଘୋଷଣାରେ ବଡ ସଙ୍କେତ
୩.ନିର୍ବାଚନ ପୂର୍ବରୁ କୋହଳ ମନୋଭାବର ସଙ୍କେତ
୪.ୟୁପି ନିର୍ବାଚନ ପୂର୍ବରୁ କୃଷକଙ୍କ ଭୋଟ ଗୁରୁତ୍ୱପୂର୍ଣ୍ଣ
୫.ୟୁପି ଗସ୍ତ ପୂର୍ବରୁ କୃଷକଙ୍କୁ ସନ୍ତୁଷ୍ଟ କରିବାକୁ ଉଦ୍ୟମ
୬.କୃଷକ ଆନ୍ଦୋଳନ ସରିଲେ ବଡ ପ୍ରସଙ୍ଗ ସରିବ
୭.ବିରୋଧୀଙ୍କୁ ଆଉ ବଡ ପ୍ରସଙ୍ଗ ମିଳିବ ନାହିଁ
୮.ହରିୟାଣା, ୟୁପି, ପଞ୍ଜାବ ଓ ହିମାଚଳରେ କୃଷକ ବଡ ଭୋଟ ବ୍ୟାଙ୍କ
୯. କୃଷକ ଭୋଟ ନ ମିଳିଲେ ବିଜେପିକୁ ବଡ କ୍ଷତି ସମ୍ଭାବନା
୧୦. ୟୁପି, ପଞ୍ଜାବ ଓ ହିମାଚଳ ଭୋଟ ପୂର୍ବରୁ ବଡ ସଙ୍କେତ

କୃଷି ଆଇନ ପାରିତରୁ ପ୍ରତ୍ୟାହାର ପର୍ଯ୍ୟନ୍ତ..

୨୦ ସେପ୍ଟେମ୍ବର ୨୦୨୦- ରାଜ୍ୟସଭାରେ ନୂଆ କୃଷି ଆଇନ ପାରିତ
୨୮ ସେପ୍ଟେମ୍ବର ୨୦୨୦- ନୂଆ କୃଷି ଆଇନକୁ ମଞ୍ଜୁରୀ ଦେଲେ ରାଷ୍ଟ୍ରପତି
୨୬ ନଭେମ୍ବର ୨୦୨୦- ନୂଆ କୃଷି ଆଇନ ବିରୋଧରେ କୃଷକଙ୍କ ଆନ୍ଦୋଳନ
୨୦୨୦-୨୦୧୧- ସରକାର ଓ କୃଷକଙ୍କ ମଧ୍ୟରେ ୧୧ ଥର ଆଲୋଚନା
୨୦୨୦-୨୦୨୧- ୩୫୮ ଦିନ ଧରି କୃଷକଙ୍କ ଆନ୍ଦୋଳନ ଜାରି
୧୯ ନଭେମ୍ବର ୨୦୨୧- ନୂଆ କୃଷି ଆଇନ ପ୍ରତ୍ୟାହାର ନେଇ ଘୋଷଣା