କୃଷି ଆଇନ ପ୍ରତ୍ୟାହାର : ଧାରଣାସ୍ଥଳରେ ମିଠା ବାଂଟିଲେ ଚାଷୀ; ୩୫୮ ଦିନର ଆନ୍ଦୋଳନ ପରେ ପ୍ରତ୍ୟାହାର ହେଲା ନୂଆ କୃଷି ଆଇନ୍

 ହେଲେ ଏବେ ହଟିବନି ଧାରଣା, କୃଷକ ନେତା ରାକେଶ ଟିକାୟତ କହିଲେ ସମ୍ପୂର୍ଣ୍ଣ ପ୍ରତ୍ୟାହାର ପରେ ଧାରଣାରୁ ହଟିବେ ଚାଷୀ

144

କନକ ବ୍ୟୁରୋ: ତିନି କୃଷି ଆଇନ ପ୍ରତ୍ୟାହାର ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଘୋଷଣା ପରେ କୃଷକଙ୍କ ମଧ୍ୟରେ ବେଶ୍ ଉତ୍ସାହ ଦେଖିବାକୁ ମିଳିଛି । ମିଠା ବାଂଟି, ବାଣ ଫୁଟାଇ, ନାଚି ଗାଇ ସେଲିବ୍ରେସନ୍ କରିଛନ୍ତି । ଦେଶର ବିଭିନ୍ନ ସ୍ଥାନରେ ଏପରି ଦୃଶ୍ୟ ଦେଖିବାକୁ ମିଳିଛି ।

କୃଷି ଆଇନ ପ୍ରତ୍ୟାହାର ନେଇ ଘୋଷଣା ପରେ ଦିଲ୍ଲୀ ଗାଜିପୁର ବୋର୍ଡରରେ ହଲଚଲ ଦେଖିବାକୁ ମିଳିଥିଲା । ଜିନ୍ଦାବାଦ୍ ନାରା ଦେଇଥିଲେ କୃଷକ । ବାଜା ବଜାଇ ଉତ୍ସବ ମାନାଇଥିଲେ । ମୁଜାଫରନଗରରେ ଚାଷୀମାନେ ନାଚୁଥିବାର ମଧ୍ୟ ଦେଖିବାକୁ ମିଳିଛି । ଉତରପ୍ରଦେଶର କିଛି ଅଂଚଳରୁ ମଧ୍ୟ ଚାଷୀଙ୍କ ସେଲିବ୍ରେସନ୍ କରୁଥିବାର ଭିଜୁଆଲ ଆସିଛି । କାନୁପୁରରେ ମଧ୍ୟ କୃଷକମାନେ ବାଣ ଫୁଟାଇଥିଲେ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୩ କୃଷି ଆଇନ ପ୍ରତ୍ୟାହାର କରିବା ନେଇ ଘୋଷଣା କରିବା ପରେ ଚାଷୀ ନେତା ରାକେଶ ଟିକାୟତ ଟୁଇଟ କରି ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ତୁରନ୍ତ ଆନ୍ଦୋଳନ ପ୍ରତ୍ୟାହାର ହେବନି । ସଂସଦରେ ଆଇନ ପ୍ରତ୍ୟାହର ନହେବା ପର୍ଯ୍ୟନ୍ତ ଅପେକ୍ଷା କରିବୁ । ସରକାର ଏମଏସପି ସହ ଚାଷୀଙ୍କର ଥିବା ଅନ୍ୟ ସମସ୍ୟା ଉପରେ ଆଲୋଚନା କରନ୍ତୁ ବୋଲି କହିଛନ୍ତି ଟିକାୟତ ।

କୃଷି ଆଇନ ପାରିତରୁ ପ୍ରତ୍ୟାହାର ପର୍ଯ୍ୟନ୍ତ..

୨୦ ସେପ୍ଟେମ୍ବର ୨୦୨୦- ରାଜ୍ୟସଭାରେ ନୂଆ କୃଷି ଆଇନ ପାରିତ
୨୮ ସେପ୍ଟେମ୍ବର ୨୦୨୦- ନୂଆ କୃଷି ଆଇନକୁ ମଞ୍ଜୁରୀ ଦେଲେ ରାଷ୍ଟ୍ରପତି
୨୬ ନଭେମ୍ବର ୨୦୨୦- ନୂଆ କୃଷି ଆଇନ ବିରୋଧରେ କୃଷକଙ୍କ ଆନ୍ଦୋଳନ
୨୦୨୦-୨୦୨୧- ସରକାର ଓ କୃଷକଙ୍କ ମଧ୍ୟରେ ୧୧ ଥର ଆଲୋଚନା
୨୦୨୦-୨୦୨୧- ୩୫୮ ଦିନ ଧରି କୃଷକଙ୍କ ଆନ୍ଦୋଳନ ଜାରି
୧୯ ନଭେମ୍ବର ୨୦୨୧- ନୂଆ କୃଷି ଆଇନ ପ୍ରତ୍ୟାହାର ନେଇ ଘୋଷଣା