ସରକାର-ଚାଷୀ ଆଲୋଚନାରେ ବାହାରିପାରିଲାନି ନିଷ୍କର୍ସ । ଆସନ୍ତା ୧୫ରେ ପରବର୍ତ୍ତୀ ପର୍ଯ୍ୟାୟ ବୈଠକ । ନୂଆ କୃଷି ଆଇନ ପ୍ରତ୍ୟାହାର ଦାବିରେ କୃଷକ ସଂଗଠନ ଅଟଳ

89

କନକ ବ୍ୟୁରୋ: କୃଷକ ସଂଗଠନ ଓ ସରକାରଙ୍କ ମଧ୍ୟରେ ଦିଲ୍ଲୀ ବିଜ୍ଞାନ ଭବନରେ ହୋଇଥିବା ବୈଠଛକରୁ କୌଣସି ନିଷ୍କର୍ସ ବାହାରି ପାରି ନାହିଁ । ନୂଆ କୃଷି ଆଇନ ପ୍ରତ୍ୟାହାର ନେଇ କେନ୍ଦ୍ର ଓ କୃଷକଙ୍କ ମଧ୍ୟରେ ସହମତ ଆଜି ବି ହୋଇପାରି ନାହିଁ । ସରକାର କୃଷି ଆଇନରେ ସଂଶୋଧନ ପାଇଁ ରାଜି ଥିବା ବେଳେ କୃଷକ ଆଇନ ପ୍ରତ୍ୟାହାର ପାଇଁ ଅଡି ବସିବାରୁ କୌଣସି ନିଷ୍କର୍ସ ବାହାରି ପାରି ନାହିଁ । ଏହାପରେ କେନ୍ଦ୍ର ସରକାର ଆସନ୍ତା ୧୫ ତାରିଖରେ ପୁଣି ଆଲୋଚନା ହେବ ବୋଲି ଘୋଷଣା କରିଛନ୍ତି ।

ଆସନ୍ତା ୧୧ ତାରିଖରେ ଏହି ପ୍ରସଙ୍ଗରେ ସୁପ୍ରିମକୋର୍ଟରେ ଶୁଣାଣି ହେବାକୁ ଅଛି । ତେଣୁ କେନ୍ଦ୍ର ସରକାର ସୁପ୍ରିମକୋର୍ଟର ଶୁଣାଣିକୁ ଆଖିରେ ରଖି ଆସନ୍ତା ୧୫ ତାରିଖରେ ବୈଠକ ପାଇଁ ଧାର୍ଯ୍ୟ କରିଥିବା କୁହାଯାଉଛି । ବୈଠକରେ କୃଷକ ସଂଗଠନର ୪୧ ଜଣ ସଦସ୍ୟ ସାମିଲ ହୋଇଥିଲେ । ଆଲୋଚନା ସମୟରେ କେନ୍ଦ୍ର ସରକାର କହିଥିଲେ ବହୁ ରାଜ୍ୟର ଚାଷୀଙ୍କ ଏକ ସମୁହ ନୂଆ କୃଷି ଆଇନକୁ ସ୍ୱାଗତ କରୁଛନ୍ତି । ତେଣୁ ଚାଷୀ ନେତା ପୁରା ଦେଶକୁ ଦେଖି ନିଷ୍ପତି ନେବା ଉଚିତ ବୋଲି ବୈଠକ ପରେ କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର କହିଛନ୍ତି ।