ଫାର୍ମ-ବି ର ନୂଆ ଉତ୍ପାଦ ‘ମିକ୍ସ ଛତୁଆ’ ର ବଜାର ପ୍ରବେଶ

49

କନକ ବ୍ୟୁରୋ : ଭୁବନେଶ୍ୱର ସ୍ଥିତ ଏକ ଘରୋଇ ହୋଟେଲରେ ଓଡିଶାର ଅଗ୍ରଣୀ ଖାଦ୍ୟ ଉତ୍ପାଦନକାରୀ ଉଦ୍ୟୋଗ ବିଶ୍ୱେସର ଫୁଡସ୍ ପ୍ରାଇଭେଟ ଲିମିଟେଡ ଆନୁକୂଲ୍ୟରେ ତଥା ଫାର୍ମ-ବି ଦ୍ୱାରା ପ୍ରସ୍ତୁତ ଏକ ନୂଆ ଉତ୍ପାଦ ମିକ୍ସ ଛତୁଆର ବଜାର ପ୍ରବେଶ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ବରିଷ୍ଠ ମହିଳା ଉଦ୍ୟୋଗୀ ତଥା ଫାର୍ମ-ବି ର ପ୍ରତିଷ୍ଠାତ୍ରୀ ଓ ପରିଚାଳନା ନିର୍ଦ୍ଦେଶିକା ରଶ୍ମୀ ସାହୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବଜାର ପ୍ରବେଶ ଉତ୍ସବରେ ପ୍ରତିଷ୍ଠାନର ଆକାଉଣ୍ଟସ୍ ଏବଂ ଫାଇନାନ୍ସ ବିଭାଗର ବରିଷ୍ଠ ପ୍ରବନ୍ଧକ ଶ୍ରୀକାନ୍ତ ମହାପାତ୍ର, ଉତ୍ପାଦନ ବିଭାଗର ବରିଷ୍ଠ ପ୍ରବନ୍ଧିକା ଶିଳ୍ପା ଦାସ ଏବଂ ନିର୍ଦ୍ଦେଶିକାଙ୍କ ବ୍ୟକ୍ତିଗତ ସଚିବ ଅଦ୍ୟାଶା ପଟ୍ଟନାୟକ ଉପସ୍ଥିତ ରହି ଏହି ନୂତନ ଉତ୍ପାଦ ସମ୍ବନ୍ଧରେ ସବିଶେଷ ବିବରଣୀ ପ୍ରଦାନ କରିଥିଲେ ।

ସବୁଠାରୁ ଅଧିକ ଗ୍ରହଣୀୟ ଉତ୍ପାଦ ମିକ୍ସ ଛତୁଆ ଯାହାକି ଯୁବଗୋଷ୍ଠୀ ମାନଙ୍କର ପ୍ରଥମ ପସନ୍ଦ ଯୋଗ୍ୟ ଖାଦ୍ୟ । ଏହା ସକାଳ ଖାଦ୍ୟର ଚାହିଦାକୁ ପୂରଣ କରିବା ସହ ଉଚ୍ଚ ପୁଷ୍ଟିକର ପଦାର୍ଥ ଅଟେ । ଏଥିରେ ପ୍ରୋଟିନ୍, ଫାଇବର, କ୍ୟାଲ୍ସିୟମ, ଆଇରନ୍, ମାଙ୍ଗାନିଜ ଏବଂ ମ୍ୟାଗ୍ନେସିୟମ ସହିତ ଭର୍ପୁର ଶକ୍ତି ରହିଥାଏ । ସେଥିପାଇଁ ଫାର୍ମ-ବି ମିକ୍ସ ଛତୁଆ ର ଟ୍ୟାଗ୍ ରହିଛି “ଆପଣଙ୍କ ଖାଦ୍ୟକୁ କରେ ପୂର୍ଣ୍ଣ ସୁସ୍ଥତା ସହ ସ୍ୱାଦରେ ପରିପୂର୍ଣ୍ଣ” । ଏହା ଯେ କେବଳ ସକାଳର ଖାଦ୍ୟ ପୁରା କରେ ତାହା ନୁହେଁ ବରଂ ଦିନସାରାର ଶରୀର ପାଇଁ ଆବଶ୍ୟକ ପୋଷ କତତ୍ୱ କୁ ମଧ୍ୟ ପୁରା କରେ, ତତ୍ ସହିତ ଶରୀରର ତାପମାତ୍ରାକୁ ନୟନ୍ତ୍ରଣ କରିବାରେ ଏବଂ ଅତ୍ୟଧିକ ଅତ୍ୟଧିକ ଗରମକୁ ରୋକିବାରେ ମଧ୍ୟ ସାହାଯ୍ୟ କରେ । ଅତିରିକ୍ତ ଭାବରେ ଏହି ଉତ୍ପାଦ ଶକ୍ତି ବୃଦ୍ଧି, ହଜମ ଓ ପାଚନ କରିବାରେ ସାହାଯ୍ୟ କରିବା ସହିତ ଓଜନକୁ ନିୟନ୍ତ୍ରଣ କରିବା, କେଶ ଓ ଚର୍ମ କୁ ସୁସ୍ଥ ରଖିବା, ଶରୀରରେ ଗ୍ଲୁକୋଜର ସଠିକ୍ ପରିମାଣକୁ ବଜାୟ ରଖିବା, କୋଲେଷ୍ଟ୍ରଲ କମ୍ କରିବା ଏବଂ ଶରୀରରେ ପୃଷ୍ଟିକର ଉପାଦାନକୁ ବୃଦ୍ଧି କରିବାରେ ସହଯୋଗ କରିଥାଏ ।

କମ୍ପାନୀର ଫାର୍ମ-ବି ବ୍ରାଣ୍ଡ୍ ଅଧୀନରେ ମିକ୍ସ୍ ଛତୁଆ ସହ ଅନେକ ଉପଯୋଗୀ ଜଳଖିଆ ଉତ୍ପାଦମାନ ଯଥା – ଓଟସ୍, ମସାଲା ଓଟସ୍, ମୁସଲି, ଚକୋବାଇଟ୍ସ, କନ୍ଫ୍ଲେକ୍, ରାଗି ଫ୍ଲୋର୍ ଏବଂ ଚପାଦି ଫ୍ଲୋର୍ ଆଦି ଉପଲବ୍ଧ । ଏହା ବ୍ୟତୀତ ଗ୍ରାହକ ମାନଙ୍କ ପାଇଁ ଫାର୍ମ-ବି ଗୁଡ଼ ପାଉଡ଼ର, ପଞ୍ଜାବୀ ତଡ଼କା, ଦେବଭୋଗ ଖିଚିଡ଼ି, ଇନ୍ଷ୍ଟା•୍ ବିରିୟାନି ଭଳି ତତ୍କ୍ଷଣାତ୍ ମିଶ୍ରିତ ଖାଦ୍ୟ ପ୍ରସ୍ତୁତ କରିଥାଏ ।