କନକ ବ୍ୟୁରୋ: କରୋନା ଭିତରେ ବି ବଲିଉଡରେ ଏବେ ଚାଲିଛି ବିବାହ ଋତୁ । କ୍ୟାଟ୍ରିନା ଓ ଭିକ୍କି କୌଶଲଙ୍କ ପରେ ଏବେ ଜଣକ ପରେ ଗଣେ ଅଭିନେତା ଅଭିନେତ୍ରୀ ବିବାହ ବନ୍ଧନରେ ବାନ୍ଧିହେଉଛନ୍ତି । ଏହି କ୍ରମରେ ମାର୍ଚ୍ଚ ମାସରେ ବିବାହ କରିବାକୁ ଯାଉଛନ୍ତି ବଲିଉଡର ଲୋକପ୍ରିୟ ଅଭିନେତା ଫରହାନ୍ ଅଖତର । ସେ ତାଙ୍କ ବାନ୍ଧବୀ ଦାଣ୍ଡେକରଙ୍କୁ ବିବାହ କରିବେ ।
ଫରହାନ୍ ଓ ଶିବାନୀ ଗତ ୩ ବର୍ଷ ହେବ ଲିଭ ଇନ୍ ରିଲେସନସିପରେ ଥିଲେ । ମାର୍ଚ୍ଚରେ ମୁମ୍ବାଇରେ ଧୁମଧାମରେ ବିବାହ କରିବାକୁ ଯୋଜନା କରିଛନ୍ତି ଅଖତର ।ଅବଶ୍ୟ କରୋନାର ବର୍ଦ୍ଧିତ ସଂକ୍ରଣକୁ ଦୃଷ୍ଟିରେ ରଖି ବିବାହକୁ ଖୁବ୍ କମ୍ ଅତିଥିଙ୍କୁ ନିମନ୍ତ୍ରଣ କରାଯାଇଛି । ମୁମ୍ବାଇର ଏକ ପଞ୍ଚତାରକା ହୋଟେଲକୁ ବୁକ କରାଯାଇଛି । ଫରହାନ ଓ ଶିବାନୀଙ୍କ ପାଇଁ ଡ୍ରେସ୍ ଡିଜାଇନ କରିବେ ପ୍ରସିଦ୍ଧ ଫ୍ୟାସନ୍ ଡିଜାଇନର ସବ୍ୟସାଚୀ ।
କହିରଖୁଁ କି, ଫରହାନ୍ ପୂର୍ବରୁ ୨୦୧୬ରେ ଅଧୁନାଙ୍କୁ ବିବାହ କରିଥିଲେ । ତାଙ୍କର ଦୁଇ ଝିଅ ଅଛନ୍ତି । ହେଲେ ୨୦୦୦ ମସିହାରେ ଦୁହିଁଙ୍କର ବିବାହ ବିଚ୍ଛେଦ ହୋଇଥିଲା ।